ଅନୁଗୁଳ: ଅନୁଗୁଳରେ ଅଭାବନୀୟ ଘଟଣା । ବୃଦ୍ଧା ମାଆକୁ ପିଟିପିଟି ହତ୍ୟା କଲା ନୃଶଂସ ପୁଅ । ଟାଉନ ଥାନା ସୁସୁଡ଼ା ଗାଁରେ ମଦ୍ୟପ ପୁଅର ଉନ୍ମତ୍ତକାଣ୍ଡ । ମାଆ ସହ ବଚସା ପରେ ଠେଙ୍ଗାରେ ପିଟିପିଟି ହତ୍ୟା କଲା । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ଅଭିଯୁକ୍ତ ପୁଅକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।
ସୂଚନା ଅନୁସାରେ, ଗତକାଲି ରାତିରେ ପୁଅ ସରୋଜ ଏବଂ ମା’ ଲତାଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା । ସେଥିରେ ଉତ୍ୟକ୍ତ ହୋଇ ସରୋଜ ନିଜ ମାଆଙ୍କୁ ମାଡ ମାରିଥିଲା । ଲତା ନିଜକୁ ରକ୍ଷା କରିବାକୁ ଅନେକ ଚେଷ୍ଟା କରିଥିଲେ ମଧ୍ୟ ପୁର ରାଗ ଶାନ୍ତ ହୋଇ ନଥିଲା । ଶେଷରେ ମାଆକୁ ପିଟି ପିଟି ହତ୍ୟା କରିଥିଲା ପୁଅ ସରୋଜ । ଏନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ଟାଉନ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଅଭିଯୁକ୍ତ ପୁଅକୁ ଗିରଫ କରି ଘଟଣାର ତଦନ୍ତ ଚଳାଇଛି ।