Latest Odisha News

BREAKING NEWS

ପଲାସା ନିକଟରେ ଟ୍ରେନ ଦୁର୍ଘଟଣା: ଜାରି ହେଲା ହେଲ୍ପ ଲାଇନ ନମ୍ବର

ରାୟଗଡା: ରବିବାର ସନ୍ଧ୍ୟାରେ ପଲାସା ଷ୍ଟେସନ୍ ନିକଟରେ ଘଟିଥିବା ରେଳ ଦୁର୍ଘଟଣା ପାଇଁ ତୁରନ୍ତ ଉଦ୍ଧାର ଓ ରିଲିଫ୍ କାମ ଆରମ୍ଭ କରିବାକୁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ବେଳେ ଭାରତୀୟ ରେଳବାଇ ପକ୍ଷରୁ ହେଲ୍ପ ଲାଇନ୍ ନମ୍ବର ଜାରି କରାଯାଇଛି।

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ୱାଇଏସ୍ ଜଗନ ମୋହନ ରେଡ୍ଡୀ ଏହି ଦୁର୍ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିବା ସହ ଆହତ ଯାତ୍ରୀମାନଙ୍କୁ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ରିଲିଫ୍ କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ନିକଟସ୍ଥ ଜିଲ୍ଲା ବିଶାଖାପାଟଣା ଓ ଅନାକାପଲ୍ଲୀରୁ ଅଧିକରୁ ଅଧିକ ଆମ୍ବୁଲାନ୍ସ ପଠାଇବା ସହ ଆହତଙ୍କ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାରେ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରେଳବାଇ ପକ୍ଷରୁ ବିଶାଖାପାଟଣା ରେଳ ଷ୍ଟେସନର ନିମ୍ନଲିଖିତ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି

ରେଲଓ୍ବେ ନମ୍ବର ୮୩୦୦୩; ୮୩୦୦୪; ୮୩୦୦୫; ୮୩୦୦୬

ବିଏସ୍ଏନ୍ଏଲ୍ ଲ୍ୟାଣ୍ଡ ଲାଇନ୍ ନମ୍ବର: ୦୮୯୧୨୭୪୬୩୩୦; ୦୮୯୧୨୭୪୪୬୧୯
ଏୟାରଟେଲ: ୮୧୦୬୦୫୩୦୫୧; ୮୧୦୬୦୫୩୦୫୨
ବିଏସ୍ଏନ୍ଏଲ୍: ୮୫୦୦୦୪୧୬୭୦; ୮୫୦୦୦୪୧୬୭୧

Comments are closed.