ଜଳଗାଓଁ: ଗୁଜରାଟର ପ୍ରୟାଗରାଜ ଯାଉଥିବା ଏକ ଟ୍ରେନରେ ପଥର ମାଡ଼ ହୋଇଛି। ସୁରତରୁ ଯାଉଥିବା ଏହି ଟ୍ରେନରେ ଅଧିକାଂଶ ଯାତ୍ରୀ ମହାକୁମ୍ଭ ଯାତ୍ରାକୁ ଯାଉଥିଲେ। ଟ୍ରେନଟି ମହାରାଷ୍ଟ୍ରର ଜଳଗାଓଁ ଦେଇ ଯାଉଥିବା ବେଳେ ଏହି ଅଘଟଣ ଘଟିଛି। ଏହି ସମୟରେ ହଠାତ ଟ୍ରେନ କାଚ ଉପରକୁ ପଥର ମାଡ଼ ହୋଇଥିଲା। ପଥର ମାଡ଼ରେ ଏସି ବଗିର କାଚ ଭାଙ୍ଗି ଯାଇଥିବାରୁ ଟ୍ରେନର କାଚ ମଧ୍ୟ ଭାଙ୍ଗି ଯାଇଥିଲା। ତେବେ ବଗିରେ ଥିବା ଯାତ୍ରୀମାନେ ଏକ ଭିଡିଓ ପ୍ରସ୍ତୁତ କରି ପୂରା ଘଟଣା ସମ୍ପର୍କରେ ରେଳବାଇକୁ ସୂଚନା ଦେବା ସହିତ ଅଭିଯୋଗ କରିଛନ୍ତି।
ସୂଚନା ଅନୁଯାୟୀ, ରବିବାର ଅପରାହ୍ନ ପ୍ରାୟ ୩ଟା ୨୦ ରେ ଏହି ଘଟଣା ଘଟିଛି। ତପ୍ତିଗଙ୍ଗା ଏକ୍ସପ୍ରେସ (୧୯୦୪୫ ) ର କୋଚ୍ ନମ୍ବର ବି-୬ର ବର୍ଥ ନମ୍ବର ୩୩-୩୯ ନିକଟରେ ଥିବା କାଚ ଉପରକୁ ପଥର ଫିଙ୍ଗାଯାଇଥିବା ନେଇ ଡିଏସ୍ସିଆର/ବିଏସ୍ଏଲକୁ ସୂଚନା ମିଳିଥିଛି। ବାହାରୁ କେହି ପଥର ଫୋପାଡ଼ିବା ଫଳରେ ଝରକାରେ ଥିବା କାଚ ଭାଙ୍ଗି ଯାଇଥିଲା। ଏ ସଂକ୍ରାନ୍ତରେ ଡ୍ୟୁଟିରେ ଥିବା ଡେପୁଟି ସିଟିଆଇ ସୋହନଲାଲ କହିଛନ୍ତି ଯେ ତପ୍ତିଗଙ୍ଗା ଏକ୍ସପ୍ରେସ୍ ଜଳଗାଓଁ ଷ୍ଟେସନରୁ ବାହାରିବା ମାତ୍ରେ କେହି ଜଣେ ବାହାର ଝରକାକୁ ଧକ୍କା ଦେଇଥିଲା। ପରେ ଏପରି ଘଟଣା ଘଟିଛି। ତେବେ ଏହି ଘଟଣାରେ କୋଣସି ଯାତ୍ରୀଙ୍କର କିଛି କ୍ଷତି ହୋଇନଥିବା ବେଳେ ରେଳବାଇ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି।