Latest Odisha News

BREAKING NEWS

ପାସେଞ୍ଜର ଟ୍ରେନ୍‌ର ଇଞ୍ଜିନରେ ଲାଗିଗଲା ନିଆଁ

ଝାରୁସୁଗୁଡା: ବ୍ରଜରାଜନଗର ଷ୍ଟେସନରେ ଛିଡା ହୋଇଥିବା ଟ୍ରେନରେ ଲାଗିଗଲା ନିଆଁ। ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି ହେଲେ ସମସ୍ତ ଯାତ୍ରୀ ସୁରକ୍ଷିତ ରହିଥିବା ସୂଚନା ରହିଛି। ଅଗ୍ନିଶମ ବିଭାଗ ଆସି ନିଆଁ ଲିଭାଉଛି।

ସୂଚନା ଅନୁଯାୟୀ, ମହାରାଷ୍ଚ୍ରର ଗୋନ୍ଦିଆରୁ ଆସିଥିଲା ଏହି ଟ୍ରେନ । ବ୍ରଜରାଜନଗର ଷ୍ଟେସନରେ ଆସି ପ୍ରାୟ ରାତି 8ଟାରେ ପହଞ୍ଚିଥିଲା ଏହି ପାସେଞ୍ଜର ଟ୍ରେନ। ତେବେ ତିନି ନମ୍ବର ପ୍ଲାଟଫର୍ମରେ ଛିଡା ହୋଇଥିବା ବେଳେ ହଠାତ ଇଞ୍ଜିନରେ ନିଆଁ ଲାଗିଯାଇଥିଲା। ଏହାପରେ ଟ୍ରେନର ଲୋକପାଇଲଟ ନିଆଁ ଲାଗିଥିବା ନେଇ ଦେଖିବାକୁ ପାଇଥିଲେ। ପରେ ଓହ୍ଲାଇ ଆସିଥିଲେ। ସଙ୍ଗେସଙ୍ଗେ ଏ ନେଇ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। ପରେ ଦମକଳ ଟିମ୍ ଆସି ନିଆଁକୁ ଆୟତ୍ତ କରିଥିବା ସୂଚନା ରହିଛି। ନିଆଁ ଲାଗିବାର କାରଣ ଜଣାପଡି ନାହିଁ ହେଲେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସୂଚନା ରହିଛି।

Comments are closed.