Latest Odisha News

BREAKING NEWS

ରେଳଧାରଣା ଉପରେ ପଥର ଯୋଗୁ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ

କୋରାପୁଟ: ପୂର୍ବତଟ ରେଳପଥର ୱାଲଟିୟର ଡିଭିଜନ ଅନ୍ତର୍ଗତ ଆନ୍ଧ୍ରପ୍ରଦେଶର ଶିବଲିଙ୍ଗପୁରମ୍ ନିକଟରେ ଟ୍ରେନ୍‌ଲାଇନ୍‌ରେ ପଥର ପଡ଼ିଛି । ଫଳରେ କିରଣ୍ଡୁଲ-ଆରୁକୁ-ବିଶାଖାପାଟଣାକୁ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଆରୁକୁ-କୋଟାୱ୍ୱାଲସା ମଧ୍ୟରେ ଶିବଲିଙ୍ଗପୁରମ ନିକଟରେ ରେଳଧାରଣାରେ ପଥର ପଡ଼ିଥିବା ନେଇ ରେଳ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚ ି ପଥରକୁ ହଟାଉଛନ୍ତି । ରେଳଧାରଣା ଉପରେ ପଥର ଖସିବା କାରଣରୁ ୪ଟି ଟ୍ରେନ୍ ଚଳାଚଳ ବାତିଲ କରାଯାଇଛି ।

କିରଣ୍ଡୁଲ-ଆରୁକୁ-ବିଶାଖାପାଟଣା ରେଳଲାଇନ୍‌ରେ ରାତ୍ରି ଏକ୍ସପ୍ରେସ ଓ କିରୁଣ୍ଡୁଲ-ବିଶାଖାପାଟଣା ପାସେଞ୍ଜର୍ ଟ୍ରେନ ଉଭୟ ପଟୁ ଚଳାଚଳ ବାତିଲ ହୋଇଛି । ଆଜି କିରଣ୍ଡୁଲରୁ ବାହାରିବାକୁ ଥିବା ରାତ୍ରି ଏକ୍ସପ୍ରେସ୍ ଟ୍ରେନର ରୁଟ ପରିବର୍ତ୍ତନ କରାଯାଇଛି । ଏହି ଟ୍ରେନ୍ ରାୟଗଡ ଦେଇ ବିଶାଖାପାଟଣା ପହଞ୍ଚିବ ବୋଲି ରେଳ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

Comments are closed.