ଭୁବନେଶ୍ୱର: ପ୍ରାୟ ଅଢେଇ ମାସ ପରେ ଆଜିଠାରୁ ରାଜ୍ୟ ଭିତରେ ଗଡ଼ିଛି ଟ୍ରେନ । ସୋମବାର ସକାଳ ୫ ଟା ୧୦ ସମୟରେ ପ୍ରଥମ ଟ୍ରେନ ରାଉରକେଲାରୁ ଭୁବନେଶ୍ୱର ଅଭିମୁଖେ ଯାତ୍ରା ଆରମ୍ଭ କରିଛି ।
ପୂର୍ବତଟ ରେଳତଟ ପକ୍ଷରୁ ରାଜ୍ୟ ଭିତରେ ୬ଟି ସ୍ପେଶାଲ ଟ୍ରେନ୍ ଗଡ଼ିବ ବୋଲି ସୂଚନା ମିଳିଛି। ଭୁବନେଶ୍ୱରରୁ ବଲାଙ୍ଗିର, ଭଦ୍ରକ, ବ୍ରହ୍ମପୁର, କୋରାପୁଟ ଓ ରାଉରକେଲାକୁ ଏବଂ ସମ୍ବଲପୁରରୁ ଖୋର୍ଦ୍ଧା ରୋଡ୍ ଷ୍ଟେସନ୍ ମଧ୍ୟରେ ଏହି ୬ଟି ସ୍ୱତନ୍ତ୍ର ଟ୍ରେନ୍ ଚାଲିବ।
ଭୁବନେଶ୍ୱର-କୋରାପୁଟ ସ୍ପେଶାଲ ଟ୍ରେନ୍ଟି ସମ୍ବଲପୁର, ଟିଟିଲାଗଡ଼ ଓ ରାୟଗଡ଼ା ଦେଇ ଚଳାଚଳ କରିବ। ଏହି ଟ୍ରେନଟି ସପ୍ତାହକକୁ ୩ ଦିନ ଚଳାଚଳ କରିବ। ଅନ୍ୟ ୫ଟି ସ୍ପେଶାଲ୍ ଟ୍ରେନ୍ କେବଳ ଶନିବାର ଓ ରବିବାରକୁ ଛାଡ଼ି ଅନ୍ୟ ୫ ଦିନ ଯିବା ଆସିବା କରିବ।
ସ୍ପେଶାଲ ଟ୍ରେନ୍ ପାଇଁ ଟିକେଟ୍, ରିଜର୍ଭେସନ କାଉଣ୍ଟର ଓ IRCTC ୱେବସାଇଟରୁ ମିଳିବ। କେବଳ କନ୍ଫର୍ମ ଟିକେଟ ଥିବା ଯାତ୍ରୀଙ୍କୁ ଯାତ୍ରା ପାଇଁ ଅନୁମତି ମିଳିବ ବୋଲି ରେଲୱେ ପକ୍ଷରୁ ସୂଚନା ମିଳିଛି ।
BREAKING NEWS
- ‘ସମୀକ୍ଷା’ ପୋର୍ଟାଲ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ
- ଦୁବେଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବ୍ୟର୍ଥ: ଚତୁର୍ଥ ଟି୨୦ରେ ହାରିଲା ଭାରତ
- ରାଜ୍ୟର ବିଶିଷ୍ଟ ପର୍ଯ୍ୟଟନସ୍ଥଳୀ ବୁଲି ଦେଖିବେ ୨୬୦ ଜଣ ସ୍ବେଚ୍ଛାସେବୀ
- Tobacco Ban:ଓମଫେଡ୍ ବୁଥରେ ଗୁଟଖା ବିକିଲେ ଆକ୍ସନ…ହେବ ଲାଇସେନ୍ସ ବାତିଲ
- LoCରେ ଆତଙ୍କବାଦୀ ଆକ୍ରମଣ ଯୋଜନା ପଣ୍ଡ; ଅସ୍ତ୍ରଶସ୍ତ୍ର ସହ ଗୋଳାବାରୁଦ ଜବତ
- Boost Agricultural Research: କୃଷି ଗବେଷଣାକୁ ସୁଦୃଢ଼ କରିବା ପାଇଁ ସିୟୁଓ ଓ ଓୟୁଏଟି ମଧ୍ୟରେ ଏମଓୟୁ ସ୍ବାକ୍ଷର
- ଜୱାନ ୨ ଫିଲ୍ମ କେବେ ଆରମ୍ଭ ହେବ କହିଲେ ଅଟଲୀ
- Sundarpada Explosion Case: NIA ହାତରେ ସୁନ୍ଦରପଦା ବିସ୍ଫୋରଣର ତଦନ୍ତ ଭାର; କେଉଁ ଉଦ୍ଦେଶ୍ୟରେ ବୋମା ତିଆରି…
- ଅଭିଷେକ ଶୀର୍ଷରେ, ସୂର୍ଯ୍ୟକୁମାରଙ୍କ ର୍ୟାଙ୍କିଙ୍ଗରେ ଉନ୍ନତି
- ଜାନୁଆରୀ ୩୦ ଯାଏଁ ରାଜ୍ୟରେ ଘନ କୁହୁଡ଼ି ସମ୍ଭାବନା
Comments are closed.