Latest Odisha News

କାଲିଠୁ ଆରମ୍ଭ ହେବ ରେଳସେବା; ଆଜିଠୁ ଅନଲାଇନ ବୁକିଂ

ଭୁବନେଶ୍ୱର: ଆସନ୍ତାକାଲିଠାରୁ ଦେଶରେ ପର୍ଯ୍ୟାୟ କ୍ରମେ ଆରମ୍ଭ ହେବ ରେଳ ସେବା। ଏଥିପାଇଁ ଆଜିଠାରୁ ଅନଲାଇନ ବୁକିଂ ଆରମ୍ଭ ହେଉଛି ।

ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା କାଲିଠାରୁ ପାସେଞ୍ଜର ଟ୍ରେନ ସେବା ଆରମ୍ଭ ହେବ । ତେବେ ଟିକେଟ କାଉଣ୍ଟର ଗୁଡିକ ବନ୍ଦ ରହିବାକୁ ଥିବା ବେଳେ ଅନଲାଇନରେ ବୁକିଂ ବ୍ୟବସ୍ଥା କରାଯାଇଛି । ଏନେଇ ଆଜି ଅପରାହ୍ନ ୪ ଟାରୁ ଟିକେଟ ରିଜର୍ଭେସନ ଆରମ୍ଭ ହେବ । ରିଜର୍ଭେସନ ବୁକିଂ ସୁବିଧା କେବଳ IRCTC ୱେବସାଇଟରେ ଉପଲବ୍ଧ ହେବ।

ପ୍ରାଥମିକ ପର୍ଯ୍ୟାୟରେ ଚାଲିବ ୧୫ ଯୋଡ଼ା ଟ୍ରେନ । ଦିଲ୍ଲୀରୁ ଭୁବନେଶ୍ୱର ସହ ୧୫ ଟି ସହରକୁ ଚାଲିବ ଟ୍ରେନ ।

ତେବେ କରୋନା ପଜିଟିଭ ବ୍ୟକ୍ତିଙ୍କୁ ଟ୍ରେନରେ ଯାତ୍ରା କରିବାକୁ ଅନୁମତି ମିଳିବ ନାହିଁ ବୋଲି ଜଣାପଡିଛି।

Leave A Reply

Your email address will not be published.