Latest Odisha News

BREAKING NEWS

ବିନା ଡ୍ରାଇଭରରେ ଶହେ କିମି ବେଗରେ ଦୌଡ଼ିଲା ମାଲଗାଡ଼ି

ନୂଆଦିଲ୍ଲୀ: ପଞ୍ଜାବର ପଠାନକୋଟ ନିକଟରେ ଆଜି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏକ ମାଲଗାଡି ଟ୍ରେନ୍ ହଠାତ୍ ଶହେ କିଲୋମିଟର ଦ୍ରୁତ ଗତିରେ ଦୌଡ଼ିବାରେ ଲାଗିଥିଲା । ତେବେ ଏହି ମାଲଗାଡ଼ିରେ ଟ୍ରେନ୍ ଡ୍ରାଇଭର ନଥିଲେ । ବିନା ଡ୍ରାଇଭରରେ ମାଲଗାଡି ରେଳ ଧାରଣାରେ ଚାଲୁଥିଲା । ଏନେଇ ସ୍ଥାନୀୟ ରେଳବାଇ କର୍ତ୍ତୃପକ୍ଷ ଜାଣିବା ପରେ ଲୋକଙ୍କୁ ଆଲର୍ଟ କରିବା ପାଇଁ  ଷ୍ଟେସନ ଗୁଡିକରେ ଘୋଷଣା କରାଯିବା ସହ  ଟ୍ରାକ ଗୁଡିକୁ ଖାଲି କରିବାକୁ ଆବେଦନ କରାଯାଇଥିଲା ।

ତେବେ ଜଳନ୍ଧର ନିକଟରେ ଥିବା ଉଚିବାସୀ ଗାଁ ନିକଟରେ ରେଳ ଧାରଣାଟି ଉଚ୍ଚାରେ ଥିବାରୁ ମାଲଗାଡିଟି ଆପେ ଆପେ ଅଟକି ଯାଇଥିଲା । ଫଳରେ ଏକ ବଡ଼ ଦୁର୍ଘଟଣାକୁ ଏଡାଇ ଦିଆଯାଇଛି ।  ଫିରୋଜପୁର ଡିଭିଜିନର ଏଡିଆରଏମ୍  ଜେଏସ ଗୁଲେରିଆ କହିଛନ୍ତି, ଜଳନ୍ଦର ନିକଟରେ  ଉଚିବାସି ଗାଁ ନିକଟରେ ଟ୍ରେନଟି ଅଟକି ଯାଇଛି । ମାଲଗାଡିଟି ବିନା ଡ୍ରାଇଭରରେ ୭୦ କିଲୋମିଟର କଠୁଆରୁ ଉଚିବାସୀ ଗାଁ ନିକଟରେ ପହଞ୍ଚିଯାଇଥିଲା। ’’

ଟ୍ରେନଟି କଠୁଆ ରେଳ ଷ୍ଟେସନରେ ଠିଆ ହୋଇଥିଲା । ବିନା ରେଡ୍ ସିଗନାଲରେ ଚାଲିବା ଆରମ୍ଭ କରିଥିଲା । ଏନେଇ ରେଳ  କର୍ତ୍ତୃପକ୍ଷ ଜାଣିବା ପରେ କଠୁଆ ରେଲ ଷ୍ଟେସନ ପ୍ରଶାସନ ମାଲଗାଡିକୁ ରୋକିବା ପାଇଁ ଚେଷ୍ଟା ଆରମ୍ଭ କରିଥିଲେ ।

Comments are closed.