Latest Odisha News

BREAKING NEWS

ମନ୍ଦିରରେ ପିଟି ହୋଇ କ୍ରାସ୍ ହେଲା ବିମାନ: ପାଇଲଟଙ୍କ ମୃତ୍ୟୁ

ଭୋପାଳ: ମନ୍ଦିରରେ ପିଟି ହୋଇ କ୍ରାସ୍ ହୋଇଗଲା ବିମାନ। ଚାଳକଙ୍କ ମୃତ୍ୟୁ। ଶୁକ୍ରବାର ଭୋର ସମୟରେ ମଧ୍ୟପ୍ରଦେଶ ରିୱାରେ ଏଭଳି ଦୁର୍ଘଟଣା ଘଟିଛି। ବିମାନ ଉଡାଣ ପ୍ରଶିକ୍ଷଣ ଦିଆଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ଆଉ ଜଣେ ପାଇଲଟ ଗୁରୁତର ଆହତ ହୋଇଛନ୍ତି।

ମିଳିଥିବା ସୂଚନା ଅନୁସାରେ, ରିୱାର ଚୋରହଟା ଅଞ୍ଚଳରେ ଉମରି ଗାଁରେ ଆଜି ଭୋରରୁ ଏହି ଦୁର୍ଘଟଣା ଘଟିଥିଲା। ବିମାନ ଉଡାଣ ପ୍ରଶିକ୍ଷଣ ଦେଉଥିବା ବେଳେ କୁହୁଡି ଯୋଗୁ ବିମାନଟି ହଠାତ୍ ମନ୍ଦିର ଚୂଡାରେ ପିଟି ହୋଇଯାଇଥିଲା। ଏହାପରେ ପାଖରେ ଥିବା ଇଲେକ୍ଟ୍ରିକ୍ ତାରରେ ମଧ୍ୟ ଗୁଡାଇ ଖଣ୍ଡ ଖଣ୍ଡ ହୋଇଯାଇଥିା। ଏଥିରେ ଉଭୟ ପାଇଲଟ ଗୁରୁତର ଆହତ ହୋଇଥିଲେ।

ଉଭୟ ଆହତଙ୍କୁ ସଞ୍ଜୟ ଗାନ୍ଧୀ  ହସ୍‌ପିଟାଲ୍‌କୁ ଅଣାଯାଇଥିଲା। ହେଲେ ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ପ୍ରଶିକ୍ଷଣ ଦେଉଥିବା ସିନିୟର ପାଇଲଟଙ୍କର ମୃତ୍ୟୁ ଘଟିଛି।

ଏନଇ ରେୱା ଏସ୍‌. ପି. ନବନୀତ ଭସୀନ୍କହିଛନ୍ତି ଯେ ରିୱା ଜିଲ୍ଲାରେ ତାଲିମ ସମୟରେ ବିମାନଟି ମନ୍ଦିର ଚୂଡାରେ ଧକ୍କା ଖାଇବାରୁ ଜଣେ ପାଇଲଟ୍ଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ପାଇଲଟ୍ଆହତ ହୋଇଛନ୍ତି। ତାଙ୍କୁ ନିକଟବର୍ତ୍ତୀ ଡାକ୍ତରଖାନାରେ  ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି

Comments are closed.