ଭୁବନେଶ୍ୱର: କିନ୍ନର କରିବେ ପୋଲିସ ଚାକିରି । ଓଡ଼ିଶା ପୋଲିସରେ ସବ-ଇନିସପେକ୍ଟର ଭାବରେ ସେମାନଙ୍କୁ ନିଯୁକ୍ତି ମିଳିବ । ପୋଲିସ ଏସଆଇ ପଦବୀରେ ନିଯୁକ୍ତି ପାଇଁ ରାଜ୍ୟ ସରକାର ଜାରି କରିଛନ୍ତି ବିଜ୍ଞପ୍ତି । ଏଥିରେ ଟ୍ରାନ୍ସଜେଣ୍ଡର ବି ଆବେଦନ କରିପାରିବେ ବୋଲି ଉଲ୍ଲେଖ ରହିଛି । ତେବେ ସେମାନେ କେଉଁ ବର୍ଗରେ ଆବେଦନ କରିବେ ସେନେଇ ସ୍ପଷ୍ଟ ହୋଇନି । ପ୍ରଥମ ଥର ପାଇଁ ସରକାରୀ ସ୍ତରରେ କିନ୍ନରଙ୍କୁ ପ୍ରଥମ ନିଯୁକ୍ତି ହେବ ।
କିନ୍ନରଙ୍କୁ ସମାଜରେ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି । ଏଥିପାଇଁ ରାଜ୍ୟ ସରକାରଙ୍କୁ ବିଭିନ୍ନ କିନ୍ନର ସଂଘ ଧନ୍ୟବାଦ ଜଣାଇବା ସହ ନିଷ୍ପତ୍ତିକୁ ସ୍ୱାଗତ ଜଣାଇଛନ୍ତି । ସେହିପରି କନଷ୍ଟେବଳ ପଦବୀ ପାଇଁ ବାହାରିଥିବା ନିଯୁକ୍ତିରେ କିନ୍ନରମାନେ ମଧ୍ୟ ଆବେଦନ କରିପାରିବେ ।
ଓଡ଼ିଶାରେ ପ୍ରଥମେ Transgender & Kinnear ମାନେ ଆଉ ପାଦେ ଆଗରେ କିନ୍ନର ମାନଙ୍କୁ ମୁଖ୍ୟସ୍ରୋତ ରେ ସାମିଲି କରିବା ପାଇଁ ଆଉ ପାଦେ ଆଗକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଓ ଓଡ଼ିଶା ପ୍ରଶାସନକୁ ସାଧୁବାଦ୍ ଜଣାଉଛି। @Naveen_Odisha @pranabpdas @Amar4Odisha @odisha_police @MoSarkar5T @BMJD_Odisha ???? pic.twitter.com/NSN0ZwBZuG
— Meera maa (@MeeraParida) June 12, 2021
ପୂର୍ବରୁ କିନ୍ନରଙ୍କୁ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ସାମିଲ କରାଯାଉଥିଲା । ଭୁବନେଶ୍ୱର ମହାନଗର ନିଗମ ଓ କଟକ ମହାନଗର ନିଗମର ବିଭିନ୍ନ ପ୍ରକଳ୍ପ ଅଧୀନରେ ସେମାନେ ଅସ୍ଥାୟୀ ଭାବରେ ବି କାମ କରୁଛନ୍ତି । ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ଓ ଆତ୍ମନିର୍ଭର କରିବା ଦିଗରେ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ବିଭିନ୍ନ ମହଲରେ ବି ସ୍ୱାଗତ କରାଯାଉଛି ।
Comments are closed.