Latest Odisha News

BREAKING NEWS

ପୁରୀ ଅନ୍ତର୍ଜାତୀୟ ବିମାନ ବନ୍ଦର କାର୍ଯ୍ୟର ସମୀକ୍ଷା କଲେ ପରିବହନ ମନ୍ତ୍ରୀ

ପୁରୀ: ପ୍ରସ୍ତାବିତ ଶ୍ରୀ ଜଗନ୍ନାଥ ଅନ୍ତର୍ଜାତୀୟ ବିମାନ ବନ୍ଦରର କାର୍ଯ୍ୟ ସମୀକ୍ଷା କରିଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୀ। ବୁଧବାର ପୁରୀ ଗସ୍ତରେ ଆସି ମନ୍ତ୍ରୀ ବିମାନ ବନ୍ଦର ନିର୍ମାଣ ହେଉଥିବା ସ୍ଥଳକୁ ଯାଇ କାର୍ଯ୍ୟର ଅଗ୍ରଗତି ଦେଖିଛନ୍ତି। ତେବେ ବିମାନ ବନ୍ଦର ପାଇଁ ଚାଲିଥିବା ପ୍ରାଥମିକ କାର୍ଯ୍ୟ ନେଇ ମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଛନ୍ତି। ବିମାନ ବନ୍ଦର ପାଇଁ ପାଚେରୀ ନିର୍ମାଣ ସରିଥିବା ବେଳେ ଜମି ଅଧି ଗ୍ରହଣ କାର୍ଯ୍ୟ ମଧ୍ୟ ଶେଷ ହୋଇଚି।

ପୁରୀ ସଦର ସିପସରୁବାଲି ମୌଜାରେ ହେଉଥିବା ବିମାନ ବନ୍ଦର ପୁରୀ ସହରର ଅତି ନିକଟ ସ୍ଥାନ। ଭକ୍ତ ଓ ପର୍ଯ୍ୟଟକ ମାନେ ବିମାନ ବନ୍ଦର ରେ ଓହ୍ଲେଇ ଖୁବ ଶୀଘ୍ର ଶ୍ରୀ ଜଗନ୍ନାଥ ମନ୍ଦିରରେ ପହଂଚି ପାରିବେ। ଜଗନ୍ନାଥ ଧାମ ପୁରୀକୁ ସାରା ବିଶ୍ଵରେ ଆହୁରି ପ୍ରସିଦ୍ଧ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚେଷ୍ଟା ଆରମ୍ଭ କରିଛନ୍ତି।

ପୁରୀ ସହରରେ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ଆଗେଇ ଚାଲିଥିବା ବେଳେ ପୁରୀ ରେ ଆନ୍ତର୍ଜାତିକ ବିମାନ ବନ୍ଦର ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି। କେନ୍ଦ୍ର ସରକାର ଙ୍କୁ ସବୁ ସହଯୋଗ ସରକାର ଯୋଗାଇ ଦେଇଛନ୍ତି। କେନ୍ଦ୍ର କୁ ମଧ୍ୟ ଚିଠି ଦ୍ୱାରା ସବୁ କିଛି ଅବଗତ କରାଯାଇଛି। ଖୁବ୍ ଶୀଘ୍ର ଯେଭଳି ବିମାନ ବନ୍ଦର କାର୍ଯ୍ୟ ଆରମ୍ଭ ହୋଇ ପ୍ରକଳ୍ପ ଶେଷ ହେବ ସେ ନେଇ କେନ୍ଦ୍ର କୁ ଅନୁରୋଧ କରାଯାଇଥିବା ପରିବହନ ମନ୍ତ୍ରୀ ଟୁକୁନୀ ସାହୁ ସୁଚନା ଦେଇଛନ୍ତି। ପୁରୀ ସଦର ଗୀରଳ ଛକ ନିକଟ ସିପସରୁବାଲି ମୌଜା ରେ ପ୍ରାୟ 12 ସହ ଏକର ଜମି ରେ ଏହି ଗ୍ରୀନ ଫିଲ୍ଡ ବିମାନ ବନ୍ଦର ପାଇଁ ଯୋଜନା କରାଯାଇଛି ବୋଲି ପରିବହନ ମନ୍ତ୍ରୀ କହିଛନ୍ତି।

Comments are closed.