Latest Odisha News

BREAKING NEWS

ଆନ୍ଧ୍ରର କେମିକାଲ ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ: ୬ ମୃତ

ବେଙ୍ଗାଲୁରୁ: ଆନ୍ଧ୍ରପ୍ରଦେଶ ଏଲୁରୁରେ କେମିକାଲ ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି । କେମିକାଲ ଫ୍ୟାକ୍ଟ୍ରିରେ ନିଆଁ ଲାଗିବା ପରେ ବଏଲର ଫାଟିବା କାରଣରୁ ୬ଜଣଙ୍କର ମୃତ୍ୟୁ ହୋଇଛି ଓ ୧୨ ଜଣ ଗୁରୁତର ଆହତ ହୋଇଛନ୍ତି । ଏହି ଦୁର୍ଘଟଣା ବୁଧବାର ବିଳମ୍ବିତ ରାତିରେ ଏଲୁରୁ ଜିଲ୍ଲାରେ ଘଟିଥିଲା ।

୬ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଏଲୁରୁ ଏସପି ସ୍ପଷ୍ଟ କରିଛନ୍ତି । ଫ୍ୟାକ୍ଟ୍ରିରେ ନାଇଟ୍ରିକ ଏସିଡ୍ ଓ ମୋନୋ ମିଥାଇଲ ଲିକ୍ ହୋଇଥିଲା, ଯାହା ଫଳରେ ନିଆଁ ଲାଗିଗଲା ଓ ଏଭଳି ଅଘଟଣ ଘଟିଲା ବୋଲି ସେ କହିଛନ୍ତି । ଏଲୁରୁର ଆକ୍କିରେଡିଗୁଡେମର ପୋରସ୍ ଲ୍ୟାବରେ ରାତି ପ୍ରାୟ ୧୧.୩୦ ସମୟରେ ଏହି ଅଘଟଣ ଘଟିଥିଲା । ଔଷଧରେ ବ୍ୟବହୃତ ସାମଗ୍ରୀ କାରଖାନାରେ ତିଆରି ହେଉଥିଲା । ସେହି ସମୟରେ ବଏଲରରେ କିଛି ତ୍ରୁଟି ଯୋଗୁଁ ଏସିଡ୍ ଲିକ୍ ହେବାକୁ ଲାଗିଲା ।

ଏହା ପରେ ଜୋରଦାର୍ ଧମାକା ହେବା ସହ ନିଆଁ ଲାଗିଯାଇଥିଲା । ସେହି ସମୟରେ ଅନେକ ଲୋକ କାରଖାନାର ନାଇଟ୍ ସିଫ୍ଟରେ କାମ କରୁଥିଲେ, ଯେଉଁମାନେ ବିସ୍ଫୋରଣର ଶିକାର ହୋଇଥିଲେ । ଏଥିରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଆହତ ହୋଇଥିବା ନେଇ ଏସପି ସୂଚନା ଦେଇଛନ୍ତି ।

ଏସିଡ୍ ଲିକ୍ କିପରି ହୋଇଥିଲା? ସେନେଇ ତଦନ୍ତ ଚାଲିଛି । ମୃତ୍ୟୁବରରଣ କରିଥିବା ସମସ୍ତ ଲୋକ ବିହାରର ବାସିନ୍ଦା ଥିବା ଜଣାପଡିଛି । ଆନ୍ଧ୍ରପ୍ରଦେଶ ସରକାର ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଦେବାକୁ ଘୋଷଣା କରିଛନ୍ତି । ଗୁରୁତର ଆହତମାନଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ ଦିଆଯିବ । ଅବଶିଷ୍ଟ ଆହତ ବ୍ୟକ୍ତିମାନଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ଦିଆଯିବ ।

Leave A Reply

Your email address will not be published.