Latest Odisha News

BREAKING NEWS

ହ୍ୱିଲ୍‌ଚେୟାରରେ ୫୯ ଦେଶ ଭ୍ରମଣ କଲେ ମହିଳା

ମୁମ୍ବାଇ: ଅଧିକାଂଶ ଲୋକଙ୍କ ବିଭିନ୍ନ ଦେଶ ଭ୍ରମଣ କରିବା ସଉକ ଥାଏ । ହେଲେ ପଞ୍ଜାବର ଏମିତି ଜଣେ ମହିଳା ଅଛନ୍ତି, ଯିଏ ନିଜ ସଉକ ପୂରଣ କରିବା ପାଇଁ ହ୍ୱିଲ୍‌ଚେୟାରରେ ୫୯ ଦେଶ ଭ୍ରମଣ କରିଛନ୍ତି ।

ମୁମ୍ବାଇରେ ରହୁଥିବା ୫୨ ବର୍ଷୀୟା ପର୍ବିନ୍ଦର ଚାୱଲା ଛୋଟବେଳୁ ସମସ୍ତ ସ୍ପୋର୍ଟସରେ ପ୍ରବୀଣ ଥିଲେ । ସେ ସାଇକେଲିଂ, ସୁଇମିଂ ଭଳି ଅନେକ ଖେଳରେ ସମସ୍ତଙ୍କଠାରୁ ଆଗୁଆ ଥିଲେ । ୧୦ମ ଶ୍ରେଣୀରେ ପଢୁଥିବାବେଳେ ତାଙ୍କ ହାତ ମୁଠା ଖୋଲିବାରେ ତାଙ୍କୁ ଅସୁବିଧା ହୋଇଥିଲା । ଏହାପରେ ପର୍ବିନ୍ଦର କଲେଜରେ ପାଠ ପଢିବା ସମୟରେ ତାଙ୍କୁ ର‌୍ୟୁମେଟାଇଡ ଆର୍ଥ୍ରାଇଟିସ୍ ରୋଗରେ ପୀଡିତ ଥିବା ଜଣାପଡ଼ିଥିଲା । ସେବେଠାରୁ ତାଙ୍କୁ ଏକ ହ୍ୱିଲ୍‌ଚେୟାରର ସାହାଯ୍ୟ ନେବାକୁ ପଡ଼ିଥିଲା ।

ସେ ଏଥିରେ ନ ଭାଙ୍ଗି ପଡ଼ି ମୁମ୍ବାଇରେ ନିଜ ପାଇଁ ଚାକିରି ଖୋଜି ପ୍ରାୟ ୬ ବର୍ଷ ସେଠାରେ କାମ କରୁଛନ୍ତି । ପରେ ସେ ସାଙ୍ଗମାନଙ୍କ ସହ ପ୍ରତିଦିନ କିଛି ସ୍ଥାନ ଭ୍ରମଣ କରି କିଛି ନୂଆ କରିବାକୁ ଯୋଜନା କଲେ । ହେଲେ ସାଙ୍ଗମାନେ ଚାଲିକି ଯିବାବେଳେ ସେ ହ୍ୱିଲ୍‌ଚେୟାରରେ ଯିବା ଟିକେ କଷ୍ଟକର ହେଲା । ସେଥିପାଇଁ ପର୍ବିନ୍ଦର ଏକା ସବୁଆଡ଼େ ବୁଲିବାକୁ ନିଷ୍ପତ୍ତି ନେଲେ । ସେ ବାଲିଠାରୁ ତାଙ୍କ ପ୍ରଥମ ଏକାକୀ ଯାତ୍ରା ଆରମ୍ଭ କରିଥିଲେ । ଏହାପରେ ସେ ଆଉ ପଛକୁ ଫେରି ନ ଥିଲେ । ଭ୍ରମଣ ସମୟରେ ସେ ପାରାଗ୍ଲାଇଡିଂ, ସୁଇମିଂ ଭଳି ଅନେକ ଜିନିଷର ମଜା ଉଠାଇଛନ୍ତି । ସେ ଗତ ୫ ବର୍ଷ ମଧ୍ୟରେ ହ୍ୱିଲ୍‌?ଚେୟାରରେ ଏକା ସ୍ୱିଜରଲାଣ୍ଡ, କାନାଡା, ଅଷ୍ଟ୍ରେଲିଆ, ଚାଇନା ଭଳି ୫୯ ଦେଶ ବୁଲି ସାରିଲେଣି ।

Leave A Reply

Your email address will not be published.