Latest Odisha News

BREAKING NEWS

ଟି୨୦ ର‌୍ୟାଙ୍କିଙ୍ଗ: ସୂର୍ଯ୍ୟକୁମାରଙ୍କୁ ପଛରେ ପକାଇ ହେଡ ହେଲେ ଏକ ନମ୍ବର

ଦୁବାଇ: ସଦ୍ୟ ପ୍ରକାଶିତ ଆଇସିସି ଟି୨୦ ର‌୍ୟାଙ୍କିଙ୍ଗରେ ଭାରତର ସୂର୍ଯ୍ୟକୁମାର ଯାଦବଙ୍କ ହାତରୁ ଏକ ନମ୍ବର ସ୍ଥାନ ଖସି ଯାଇଛି । ଅଷ୍ଟ୍ରେଲିଆର ଟ୍ରେଭିସ ହେଡ ତାଙ୍କୁ ପଛରେ ପକାଇ ଶୀର୍ଷକୁ ଉନ୍ନୀତ ହୋଇଛନ୍ତି । ଡିସେମ୍ବର ୨୦୨୩ ପରଠାରୁ ସୂର୍ଯ୍ୟକୁମାର ଏକ ନମ୍ବର ସ୍ଥାନରେ ରହି ଆସିଥିଲେ । ହେଡ ୮୪୪ ପଂଏଟ ହାସଲ କରିଥିବା ବେଳେ ସୂର୍ଯ୍ୟକୁମାର ୮୪୨ ସହ ତାଙ୍କ ପଛକୁ ରହିଛନ୍ତି । ସେମିଫାଇନାଲ ଓ ଫାଇନାଲରେ ଭଲ ପ୍ରଦର୍ଶନ କଲେ ସୂର୍ଯ୍ୟକୁମାର ପୁନର୍ବାର ଏକ ନମ୍ବର ସ୍ଥାନ ହାସଲ କରିପାରିବେ । ଭାରତର ପେସ ବୋଲର ଯଶପ୍ରୀତ ବୁମରାହ ୪୪ସ୍ଥାନ ଉନ୍ନୀତ ହୋଇ ୨୪ତମ ସ୍ଥାନରେ ପଂହଚିଛନ୍ତି ।

କୂଲଦୀପ ଯାଦବ ୩୧ରୁ ୧୧ ନମ୍ବର ସ୍ଥାନକୁ ଉନ୍ନୀତ ହୋଇଛନ୍ତି । ସ୍ପିନ ଅଲରାଉଣ୍ଡର ଅକ୍ଷର ପଟେଲ ୮ମ ସ୍ଥାନରେ ରହିଛନ୍ତି । ଇଂଲଣ୍ଡର ଅଡିଲ ରଶିଦ ବୋଲରଙ୍କ ମଧ୍ୟରେ ଶୀର୍ଷ ସ୍ଥାନରେ ରହିଛନ୍ତି । ମାର୍କସ ଷ୍ଟୋଇନିସଙ୍କୁ ପଛରେ ପକାଇ ଶ୍ରୀଲଙ୍କାର ୱାନିନ୍ଦୁ ହସରଙ୍ଗା ଅଲରାଉଣ୍ଡର ସୂଚୀରେ ପ୍ରଥମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି ।

Comments are closed.