Latest Odisha News

BREAKING NEWS

ବାଲେଶ୍ବରରେ ଟ୍ରଲର ମାଲିକଙ୍କୁ ହତ୍ୟା ଘଟଣା, ୮ ଅଭିଯୁକ୍ତ ଗିରଫ

ବାଲେଶ୍ବର : ଟ୍ରଲର ମାଲିକ ବିଜୟ ପ୍ରଧାନଙ୍କୁ ଗୁଳିକରି ହତ୍ୟା ଘଟଣାରେ ପୋଲିସ କାର୍ଯ୍ୟାନନୁଷ୍ଠାନ । ହତ୍ୟା ଘଟଣାରେ ସଂପୃକ୍ତ ୮ ଜଣଙ୍କୁ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତଙ୍କ ନିକଟରୁ ୨ଟି ଦେଶୀ ବନ୍ଧୁକ, ୨ ରାଉଣ୍ଡ ଗୁଳି ସମେତ ମାରଣାସ୍ତ୍ର ଜବତ କରାଯାଇଛି । ତେବେ ଏହି ହତ୍ୟା ଘଟଣାରେ ଫେରାର୍‌ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ତନାଘନା ଚଳାଇଛି ବାଲେଶ୍ବର ପୋଲିସ ।

BjdElectrycity

ପୂର୍ବ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ ହୋଇଥିବା ପୋଲିସ କକହିଛି । ଗତ ସୋମବାର ଅର୍ଥାତ ୧୫ ତାରିଖରେ କିଛି ଦୁର୍ବୃତ୍ତ ବାଇକରେ ଆସି ଟ୍ରଲର ମାଲିକ ବିଜୟ ପ୍ରଧାନଙ୍କୁ ଆକ୍ରମଣ କରିଥିଲେ । ପରେ ଗୁଳି କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ଦୁର୍ବୃତ୍ତ । ଏହି ଘଟଣାରେ ପୋଲିସ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।

Leave A Reply

Your email address will not be published.