ନୂଆଦିଲ୍ଲୀ: ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ରସଂଘ ସଭାପତି କହ୍ନେୟା କୁମାରଙ୍କ ପାଇଁ ବଢ଼ିଲା ଅଡୁଆ । ଦେଶ ବିରୋଧୀ ସ୍ଲୋଗାନ ମାମଲାରେ ତାଙ୍କ ବିରୋଧରେ ଚାଲିବ ଦେଶଦ୍ରୋହ ମାମଲା । କହ୍ନେୟାଙ୍କ ସମେତ ଅନ୍ୟ ୭ଜଣଙ୍କ ବିରୋଧରେ ମଧ୍ୟ ଦେଶଦ୍ରୋହ ମୋକଦ୍ଦମା ଚାଲିବ । ଏନେଇ ଦିଲ୍ଲୀ ସରକାର ପୋଲିସକୁ ଅନୁମତି ଦେଇଛନ୍ତି ।
୨୦୧୬ ଦେଶଦ୍ରୋହ ମାମଲାରେ କହ୍ନେୟାଙ୍କ ସମେତ ଜେଏନ୍ୟୁ ଛାତ୍ର ଉମର ଖଲିଦ, ଅନିର୍ବାଣ ଭଟ୍ଟାଚାର୍ଯ୍ୟ, ଆକିବ ହୁସେନ, ମୁଜୀବ, ଉମର ଗୁଲ, ବଶରତ ଅଲ୍ଲୀ ଓ ଖାଲିଦ ବାସିର ସମ୍ପୃକ୍ତ ଥିବା ନେଇ ଜଣାପଡିଥିଲା । ଏନେଇ ୨୦୧୯ ଜାନୁଆରୀରେ ଦିଲ୍ଲୀ ପୋଲିସ ଏକ ଚାର୍ଜସିଟ୍ ଦାଖଲ କରିଥିଲା । ୨୦୧୬ ଫେବୃଆରୀ ୯ରେ ଜେଏନ୍ୟୁ କ୍ୟାମ୍ପସରେ କଥିତ ଭାବେ ସେମାନେ ଦେଶ ବିରୋଧୀ ସ୍ଲୋଗାନ ଦେଇଥିଲେ ।
ଏହି ମାମଲାର ଫାଇଲ ବହୁଦିନ ହେବ ଦିଲ୍ଲୀ ସରକାରଙ୍କ ପାଖରେ ଅଟକିଥିଲା । ତୁରନ୍ତ କହ୍ନେୟାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଟାନ ନେବେ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରତିଶୃତି ଦେଇଥିଲେ । ଏବେ ଦିଲ୍ଲୀ ସରକାରଙ୍କ ଠାରୁ ମଂଜୁରୀ ମିଳିବା ପରେ କହ୍ନେୟାଙ୍କ ସମେତ ଅନ୍ୟ ୭ ଜଣଙ୍କ ନାଁରେ ଦେଶଦ୍ରୋହ ମାମଲା ଚାଲିବ ।
BREAKING NEWS
- IAS ସ୍ତରରେ ଅଦଳବଦଳ; ନବରଙ୍ଗପୁର ଓ ନୂଆପଡ଼ା ଜିଲ୍ଲାପାଳ ବଦଳିଲେ…
- ଜନ୍ମଦିନରେ ଜଳିଲା ଯବାନଙ୍କ ଜୁଇ; ଭି. ତେଜାଙ୍କ ପାଇଁ କାନ୍ଦୁଛି ଜନ୍ମମାଟି…
- ଗଞ୍ଜାମରେ ଅବକାରୀ ଅଧିକାରୀଙ୍କୁ ଆକ୍ରମଣ; ୨ ଆହତ
- Repo Rate Hike: ୪ ବର୍ଷ ପରେ RBIର ବଡ଼ ଝଟକା! ବଢ଼ିଲା ରେପୋ ରେଟ୍, ମହଙ୍ଗା ହେବ ଲୋନ୍… ବଢ଼ିବ EMI
- Modi’s 25-Year: ଶାସନରେ ମୋଦିଙ୍କ ୨୫ ବର୍ଷ: ଏମିତି ଥିଲା ଗୁଜରାଟରୁ ଦିଲ୍ଲୀ ଯାତ୍ରା…ଆଜି ସାରା ଦେଶରେ ମେଗା ସେଲିବ୍ରେସନ୍!
- ‘ଆର୍ଜେଣ୍ଟିନା ସହ ଆଉ ନରହିବା ବହୁତ କଷ୍ଟ ଦେବ’: ଅନ୍ତର୍ଜାତୀୟ ଫୁଟବଲ୍ରୁ ଅବସର ନେଇ ମେସିଙ୍କ ଭାବବିହ୍ୱଳ ବିଦାୟୀ ଭାଷଣ
- ଓଲଟିଲା ୨ ଟ୍ରକ୍; କୋରାପୁଟ-ରାୟଗଡ଼ା ମଧ୍ୟରେ ଯାତାୟାତ ଠପ୍
- Gen Z ଙ୍କ ପ୍ରକୋପରେ ଜଳୁଛି ଫ୍ରାନ୍ସ…
- ବିସ୍ଥାପିତଙ୍କ ପାଇଁ ଗୃହ ନିର୍ମାଣ ଯୋଜନା ଘୋଷଣା କଲେ ହିଜବୁଲ୍ଲା ମୁଖିଆ ସେଖ ନଇମ କାସେମ
- ତେଲ ଟ୍ୟାଙ୍କର ଉପରେ ୟୁକ୍ରେନର ଡ୍ରୋନ ଆଟାକ, ୨୩ ଭାରତୀୟ କ୍ରୁ ଉଦ୍ଧାର…

Comments are closed.