Latest Odisha News

BREAKING NEWS

କହ୍ନେୟା କୁମାରଙ୍କ ବିରୋଧରେ ଚାଲିବ ଦେଶଦ୍ରୋହ ମାମଲା

ନୂଆଦିଲ୍ଲୀ: ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ରସଂଘ ସଭାପତି କହ୍ନେୟା କୁମାରଙ୍କ ପାଇଁ ବଢ଼ିଲା ଅଡୁଆ । ଦେଶ ବିରୋଧୀ ସ୍ଲୋଗାନ ମାମଲାରେ ତାଙ୍କ ବିରୋଧରେ ଚାଲିବ ଦେଶଦ୍ରୋହ ମାମଲା । କହ୍ନେୟାଙ୍କ ସମେତ ଅନ୍ୟ ୭ଜଣଙ୍କ ବିରୋଧରେ ମଧ୍ୟ ଦେଶଦ୍ରୋହ ମୋକଦ୍ଦମା ଚାଲିବ । ଏନେଇ ଦିଲ୍ଲୀ ସରକାର ପୋଲିସକୁ ଅନୁମତି ଦେଇଛନ୍ତି ।
୨୦୧୬ ଦେଶଦ୍ରୋହ ମାମଲାରେ କହ୍ନେୟାଙ୍କ ସମେତ ଜେଏନ୍‌ୟୁ ଛାତ୍ର ଉମର ଖଲିଦ, ଅନିର୍ବାଣ ଭଟ୍ଟାଚାର୍ଯ୍ୟ, ଆକିବ ହୁସେନ, ମୁଜୀବ, ଉମର ଗୁଲ, ବଶରତ ଅଲ୍ଲୀ ଓ ଖାଲିଦ ବାସିର ସମ୍ପୃକ୍ତ ଥିବା ନେଇ ଜଣାପଡିଥିଲା । ଏନେଇ ୨୦୧୯ ଜାନୁଆରୀରେ ଦିଲ୍ଲୀ ପୋଲିସ ଏକ ଚାର୍ଜସିଟ୍ ଦାଖଲ କରିଥିଲା । ୨୦୧୬ ଫେବୃଆରୀ ୯ରେ ଜେଏନ୍‌ୟୁ କ୍ୟାମ୍ପସରେ କଥିତ ଭାବେ ସେମାନେ ଦେଶ ବିରୋଧୀ ସ୍ଲୋଗାନ ଦେଇଥିଲେ ।
ଏହି ମାମଲାର ଫାଇଲ ବହୁଦିନ ହେବ ଦିଲ୍ଲୀ ସରକାରଙ୍କ ପାଖରେ ଅଟକିଥିଲା । ତୁରନ୍ତ କହ୍ନେୟାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଟାନ ନେବେ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରତିଶୃତି ଦେଇଥିଲେ । ଏବେ ଦିଲ୍ଲୀ ସରକାରଙ୍କ ଠାରୁ ମଂଜୁରୀ ମିଳିବା ପରେ କହ୍ନେୟାଙ୍କ ସମେତ ଅନ୍ୟ ୭ ଜଣଙ୍କ ନାଁରେ ଦେଶଦ୍ରୋହ ମାମଲା ଚାଲିବ ।

Leave A Reply

Your email address will not be published.