Latest Odisha News

BREAKING NEWS

ବାପାଙ୍କ ଶ୍ରାଦ୍ଧ ବାର୍ଷିକୀକୁ ନିଆରା ଢଙ୍ଗରେ ପାଳିଲା ପୁଅ: ବୃକ୍ଷରୋପଣ କରି ଦେଲା ପରିବେଶ ସୁରକ୍ଷାର ବାର୍ତ୍ତା

ସୋରଡ଼ା: ବାପାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ବୃକ୍ଷରୋପଣ କରି ନିଆରା ଢଙ୍ଗରେ ପାଳିଲା ପୁଅ  । ଏମିତି କିଛି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ୍ ଅଧୀନ ଅମୃତୁଲୁ ପଞ୍ଚାୟତରେ  ।  ପୂର୍ବତନ ସରପଞ୍ଚ ତଥା ସମାଜସେବୀ କାଶୀନାଥ ସ୍ୱାଇଁଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀକୁ ତାଙ୍କ ପୁଅ ପ୍ରସନ୍ନ ନିଆରା ଢଙ୍ଗରେ ପାଳନ କରିଛନ୍ତି। ବୃକ୍ଷରୋପଣ ଓ ଚାରା ବଣ୍ଟନ କାର୍ଯ୍ୟକ୍ରମର ଆୟୋଜନ କରି ବାପାଙ୍କ ଶ୍ରାଦ୍ଧବାର୍ଷିକୀରେ ଲୋକଙ୍କ ମଧ୍ୟରେ ପରିବେଶ ସୁରକ୍ଷାର ବାର୍ତ୍ତା ଦେଇଛନ୍ତି। ପ୍ରସନ୍ନଙ୍କ ଏଭଳି ପଦକ୍ଷେପକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

ଅମୃତୁଲୁ ଗ୍ରାମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସୋରଡ଼ା ଉପବନାଞ୍ଚଳ ଅଧିକାରୀ ଜିତେନ୍ଦ୍ର କୁମାର ରାଉତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ପ୍ରୟାସ ଆଗାମୀ ପିଢ଼ି ପାଇଁ ଏକ ପ୍ରେରଣାର ଉତ୍ସ ବୋଲି ଶ୍ରୀ ରାଉତ ମତ ଦେଇଥିଲେ ।  ସେହିପରି ପ୍ରସନ୍ନ ବୃକ୍ଷରୋପଣର ଆବଶ୍ୟକତା ଏବଂ ଗୁରୁତ୍ବ ଉପରେ ଗ୍ରାମବାସୀଙ୍କୁ ବୁଝାଇଥିଲେ। ଆମ୍ବ, ପଣସ, ବଉଳ ଓ ବାଉଁଶ ଭଳି ବିଭିନ୍ନ ପ୍ରଜାତିର ଚାରାରୋପଣ କରାଯାଇଥିଲା। ବନ କର୍ମଚାରୀ ବୃନ୍ଦାବନ ସ୍ବାଇଁ, ଯୁଗଳ ଦଳବେହେରା, ସନ୍ତୋଷ ସ୍ବାଇଁ, କାମେଶ୍ବର ଗୌଡ଼, ଗୋପୀନାଥ ସ୍ବାଇଁ, ଭଗବାନ ଗୌଡ଼, ରବୀନ୍ଦ୍ର ସ୍ବାଇଁ ଓ ସାଗର ପାଳଙ୍କ ସମେତ ଅନ୍ୟ ଗ୍ରାମବାସୀ ମାନେ ସହଯୋଗ କରିଥିଲେ। ବହୁ ଛାତ୍ରଛାତ୍ରୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

Comments are closed.