Latest Odisha News

ଭୟ କରିଗଲା କି ଟିଆରଏଫ, ଏବେ ଆକ୍ରମଣରେ ହାତ ନାହିଁ ବୋଲି କହୁଛି

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୬ଜଣ ନିରୀହ ଭାରତୀୟଙ୍କ ମୃତ୍ୟୁ ଘଟିଛି । ଏହା ପରେ ଭାରତ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ କରିଛି । ଭାରତୀୟ ସେନାର ଟାର୍ଗେଟ ଶୈଳୀରେ ଏବେ ଦି ରେଜିଷ୍ଟେନ୍ସ ଫ୍ରଂଟ (ଟିଆରଏଫ) ଭୟ କରାଯାଇଛି । ଆକ୍ରମଣ ପରେ ଛାତି ବାଡେଇ ଏହା କରିଥିବା କହୁଥିବା ଟିଆରଏଫ ଏବେ କଥା ବଦଳାଇଛି । ରିପୋର୍ଟ ମୁତାବକ ପହଲଗାମ ଆତଙ୍କବାଦୀ ଘଟଣାରେ ଆମର କୌଣସି ହାତ ନାହିଁ ବୋଲି ଘୋଷଣା କରିଛି । ଲଶ୍କର ଇ ତୋଇବାର ଡିପ୍ଟି କମାଣ୍ଡର ସୈଫୁଲ୍ଲାହ କସୁରୀ ଏକ ଭିଡିଓ ଜାରୀ କରିଛନ୍ତି । ଏଥିରେ ଆମେ ଏହି ଆତଙ୍କବାଦୀ ଘଟଣାରେ ଜଡିତ ନାହୁଁ ବୋଲି କହିଛନ୍ତି ।

ଭାରତୀୟ ଏଜେନ୍ସି ଆମ ବିରୋଧରେ ଷଡଯନ୍ତ୍ର ରଚିଛି ବୋଲି ସେମାନେ ପାଲଟା ଅଭିଯୋଗ କରିଛନ୍ତି । ଏହି ଘଟଣାର ନିରପେକ୍ଷ ତଦନ୍ତ କରାଯାଉ ବୋଲି କସୁରୀ କହିଛନ୍ତି । ୨୪ ଘଂଟା ମଧ୍ୟରେ ଭାରତୀୟ ସେନା ୭ ଆତଙ୍କବାଦୀଙ୍କ ଘର ଉଡାଇ ସାରିଛନ୍ତି । ଆହୁରି କେତେକଙ୍କ ତାଲିକା ମଧ୍ୟ ସେମାନେ ହସ୍ତଗତ କରି ସାରିଛନ୍ତି । ଭାରତ ନିଶ୍ଚିତ ଭାବେ ପ୍ରତିଶୋଧ ନେବ ବୋଲି ଟିଆରଏଫ ଜାଣି ସାରିଛି । ଟିଆରଏଫ ଏକ ପତ୍ର ମଧ୍ୟ ଜଡିତ ନ ଥିବା ନେଇ ଜାରୀ କରିଛି ।

Comments are closed.