ବ୍ରହ୍ମପୁର: କେନ୍ଦୁଝର ଜିଲା ଯୋଡା ଅର୍ବାନ ହସପିଟାଲରେ କାର୍ଯ୍ୟରତ ଡା. ଶୁଭଶ୍ରୀ କରଙ୍କ ବିୟୋଗରେ ଏମକେସିଜି ମେଡ଼ିକାଲ କଲେଜ ତରଫରୁ ଶୋକ ପ୍ରକାଶ ପାଇଛି। ଦୁଇ ଦିନ ତଳେ ଡା. ଶୁଭଶ୍ରୀଙ୍କ ମୃତଦେହ ତାଙ୍କ କୋଠରୀରୁ ଠାବ ହୋଇଥିଲା। ବିଷକ୍ରିୟାରୁ ତାଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତ୍ୟୁ ପଛର କାରଣକୁ ନେଇ ନାନା କଳ୍ପନାଜଳ୍ପନା ଲାଗି ରହିଛି। ଡାକ୍ତର ଶୁଭଶ୍ରୀ ଏମକେସିଜିରେ ଏମବିବିଏସ ପାଠପଢା ଶେଷ କରିବା ସହ ହାଉସ ସର୍ଜନ ଭାବେ କାର୍ଯ୍ୟ କରିଥିଲେ। ତାଙ୍କ ବିୟୋଗରେ ଏମକେସିଜିର ଡାକ୍ତର ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ମଙ୍ଗଳବାର ସନ୍ଧ୍ୟାରେ କଲେଜର ପ୍ରଶାସନିକ କୋଠା ଠାରେ ଥିବା ବିବେକାନ୍ଦଙ୍କ ମୂର୍ତ୍ତି ସମ୍ମୁଖରେ ଡା. ଶୁଭଶ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ତାଙ୍କ ଅମର ଆତ୍ମାର ସଦଗତି ନିମେନ୍ତ ଦୁଇ ମିନଟ ନିରବ ପ୍ରାର୍ଥନା କରାଯାଇଥିଲା। ଶ୍ରଦ୍ଧାଞ୍ଜଳି ସଭାରେ ଏମକେସିଜି ଅଧ୍ୟକ୍ଷ ତଥା ଡିନ ପ୍ରଫେସର ଅବନୀକାନ୍ତ ମିଶ୍ର, ଅଧୀକ୍ଷକ ପ୍ରଫେସର ସନ୍ତୋଷ କୁମାର ମିଶ୍ର, ଉପାଧ୍ୟକ୍ଷ ପ୍ରଫେସର ଦୁର୍ଗାମାଧବ ଶତପଥି, ଉପାଧ୍ୟକ୍ଷ ପ୍ରଫେସର ନରେନ୍ଦ୍ର ବେହେରା, ପ୍ରଫେସର ଜେ. ସାଗର ପୃଷ୍ଟି, ରେଜିଷ୍ଟ୍ରାର ରାଜେନ୍ଦ୍ର ମିଞ୍ଜଙ୍କ ସମେତ ବହୁ ଡାକ୍ତର ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।
BREAKING NEWS
- UP Temple Case: ମନ୍ଦିର ମାଲିକାନା ପାଇଁ ମର୍ଡର
- ରାଜଧାନୀରେ ଲଜ୍ଜା, ବନ୍ଧୁକ ମୁନରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ
- ଗରମରେ ସିଝିବ ଅକ୍ଟୋବର! ଶକ୍ତିଶାଳୀ ଏଲ୍ ନିନୋ ନେଇ ଚିନ୍ତା…
- ମହାନଦୀ ଜଳ ବିବାଦକୁ ନେଇ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ବଡ଼ ବୟାନ, କହିଲେ- ବୈଠକରେ ଯାହା ନିଷ୍ପତ୍ତି ହେବ ମାନିବୁ
- Smit Machchhar: ମରଣ ସହ ଲଢି ବୀରତ୍ବ ଦେଖାଇଲେ ଭାରତୀୟ ପାଇଲଟ୍…ସଲାମ୍ କରୁଛି ବିଶ୍ବ! ସୋସିଆଲ ମିଡିଆରେ ସ୍ମିତଙ୍କୁ ‘ଥାଙ୍କ୍ ୟୁ’ ବର୍ଷା…
- ବିଦାୟ ନେଉଛି ମୌସୁମୀ, ରାଜ୍ୟରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ରେକର୍ଡ
- ସୁଧୁରୁଛି ବନ୍ୟା ସ୍ଥିତି; ପୁନରୁଦ୍ଧାର କାର୍ଯ୍ୟ ପାଇଁ ଆଜି ଭଦ୍ରକରେ ୧୩୧ ସ୍କୁଲ ଛୁଟି
- Flydubai Attack: ମଝି ଆକାଶରେ ‘ଦେବଦୂତ’ ସାଜିଲେ ପ୍ଲମ୍ବର, ପାଣି ପାଇପ୍ ସଜାଡୁଥିବା ମଣିଷଟି ୧୭୪ ଜଣଙ୍କ ସଂସାର ଉଜୁଡିବାରୁ ବଞ୍ଚାଇ ଦେଲା!
- ଗଞ୍ଜାମରେ ଝାଡ଼ାବାନ୍ତି ଆତଙ୍କ; ୨ ମୃତ, ବହୁ ଗୁରୁତର
- ରକ୍ତରେ ଭିଜିଥିଲା କକପିଟ; ବଞ୍ଚାଇଲେ ଭାରତୀୟ ପାଇଲଟ୍, ପ୍ରଶଂସା କଲେ ବିଶ୍ୱ ନେତା

Comments are closed.