Latest Odisha News

BREAKING NEWS

କଳାହାଣ୍ଡି: ସ୍ୱାସ୍ଥ୍ୟ ମନ୍ତ୍ରୀ ପତାକା ଉତ୍ତୋଳନ କଲାବେଳେ ଖସିପଡିଲା ତ୍ରିରଙ୍ଗା

ଭବାନୀପାଟଣା : ସାରା ଦେଶରେ ୭୦ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଉଛି । ଏହି ଅବସରରେ କଳାହାଣ୍ଡି ଜିଲ୍ଲାରେ ଜାତୀୟ ଧ୍ୱଜା ଉତ୍ତୋଳନ କରାଯିବା ବେଳେ ଠିକ୍ ଭାବେ ବନ୍ଧା ହୋଇନଥିବା କାରଣରୁ ପତାକା ଛିଣ୍ଡି ତଳେ ପଡିଯାଇଥିଲା ।

ମିଳିଥିବା ସୂଚନାନୁଯାୟୀ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନରେ ମୁଖ୍ୟ ଅତିଥି ଭାବେ ପତାକା ଉତ୍ତୋଳନ କରୁଥିଲେ । ଏହି ସମୟରେ ହଠାତ୍ ‘ତ୍ରିରଙ୍ଗା’ଟି ଛିଣ୍ଡି ତଳେ ପଡ଼ି ଯାଇଥିଲା। ଆହୁରି ମଧ୍ୟ ସାଧାରଣତନ୍ତ୍ର ଦିବସ ଅବସରରେ ସେଠାରେ ଜିଲ୍ଲାପାଳ ଓ ଏସପି ମଧ୍ୟ ଉପସ୍ଥିତ ରହିଥିଲେ ।

ତେବେ ପରବର୍ତ୍ତୀ ସମୟରେ ପୁନର୍ବାର ପତାକାଟିକୁ ଲଗାଯାଇ ଧ୍ୱଜା ଉତ୍ତୋଳନ କାର୍ଯ୍ୟ ସମାପ୍ତ ହୋଇଥିଲା ।

Leave A Reply

Your email address will not be published.