Latest Odisha News

ଆଶିକ ୩ରେ ଆନିମଲ ଫେମ ତୃପ୍ତିଙ୍କ ଏଂଟ୍ରି

ମୁମ୍ବାଇ: ଆନିମଲ ଫିଲ୍ମ ମାଧ୍ୟମରେ ଚର୍ଚ୍ଚାକୁ ଆସିଥିବା ତୃପ୍ତି ଡିମୋରୀଙ୍କ ହାତରେ ଏକ ବଡ ଫିଲ୍ମ ଲାଗିଛି । ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ଆଶିକ ୩ରେ କାର୍ତିକ ଆର୍ଯ୍ୟନଙ୍କ ସହ ତୃପ୍ତି ଅଭିନୟ କରିବେ । ଏହି ରୋମାଂଟିକ ଡ୍ରାମା ଫିଲ୍ମକୁ ତୃପ୍ତି ସାଇନ ମଧ୍ୟ କରିଛନ୍ତି । ଆଶିକ ୩ ପାଇଁ ଦୀର୍ଘ ଦିନ ହେବ ମେକର୍ସ ଏକ ନୂଆ ଚେହେରାକୁ ଖୋଜୁଥିଲେ । ଏବେ ଏହି ପ୍ରତୀକ୍ଷାର ଅନ୍ତ ଘଟିଛି । ୧୯୯୦ରେ ରିଲିଜ ହୋଇଥିବା ଆଶିକ ଫିଲ୍ମ ବକ୍ସ ଅଫିସରେ ଝଡ ସୃଷ୍ଟି କରିଥିଲା । ରାହୁଲ ରାୟ ଓ ଅନ୍ନୁ ଅଗ୍ରୱାଲ ରାତାରାତି ଷ୍ଟାର ପାଲଟି ଯାଇଥିଲେ ।

୨୦୧୩ରେ ଆଦିତ୍ୟ ରାୟ କାପୁର ଓ ଶ୍ରଦ୍ଧା କାପୁରଙ୍କ ଆଶୀକ ୨ ମଧ୍ୟ ବଡ ହିଟ ସାବ୍ୟସ୍ତ ହୋଇଥିଲା । ମୋହିତ ସୂରୀ ଏହାର ନିର୍ଦ୍ଦେଶନା ଦେଇଥିଲେ । ଆଶୀକ ଫ୍ରାଂଚାଇଜର ଫିଲ୍ମ ମିଳିବା ମୋ ପାଇଁ ଭାଗ୍ୟର କଥା ବୋଲି ତୃପ୍ତି କହିଛନ୍ତି । କାର୍ତିକ ଓ ତୃପ୍ତିଙ୍କ କମ୍ବିନେଶନ ଫିଲ୍ମକୁ କେତେ ବଡ ହିଟ କରୁଛି ତାହା ସମୟ କହିବ ।

Leave A Reply

Your email address will not be published.