Latest Odisha News

BREAKING NEWS

ଓଦା କପଡ଼ାରେ ଚାର୍ଜ ହେଉଛି ମୋବାଇଲ୍ ଫୋନ୍

ତ୍ରିପୁରା: ପଢିବାକୁ ଅବିଶ୍ୱାସ ଲାଗୁଥିଲେ ବି ସତ । ଓଦା କପଡାରେ ଚାର୍ଜ ହେଉଛି ମୋବାଇଲ, ଜଳୁଛି ଏଲ୍‌ଇଡି ଲାଇଟ୍ । ଏଭଳି କଳ୍ପନାକୁ ସତ କରି ଦେଖାଇଛନ୍ତି ତ୍ରିପୁରାର ଜଣେ ଇଂଜିନିଅର । ଏହି ଦକ୍ଷତା ତଥା ଉଦ୍ଭାବନ ପାଇଁ ତାଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା. ହର୍ଷ ବର୍ଦ୍ଧନ ପୁରଷ୍କୃତ ମଧ୍ୟ କରିଛନ୍ତି ।

ତ୍ରିପୁରାର ଖେଡାବରୀ ଗାଁର ଶଙ୍ଖ ଶୁଭ୍ର ଦାସ୍ । ଆଇଆଇଟି ଖଡଗପୁରରେ ପିଏଚ୍‌ଡି ହାସଲ କରିଥିବା ଏହି ଇଂଜିନିଅର ଜଣକ ଓଦା କପଡାରେ ବିଦ୍ୟୁତ ଉତ୍ପନ୍ନ କରି ଦେଖାଇଛନ୍ତି । ଏଥିପାଇଁ ସେ ଗାନ୍ଧୀଆନ୍ ୟଙ୍ଗ ଟେକ୍ନୋଲଜିକାଲ୍ ଇନୋଭେସନ ଭଳି ପୁରସ୍କାରରେ ସମ୍ମାନିତ ବି ହୋଇଛନ୍ତି ।

ଓଦା କପଡାରେ ବିଦ୍ୟୁତ୍ ଉତ୍ପନ୍ନ ହେଉଥିବା ଯନ୍ତ୍ରକୁ ପ୍ରସ୍ତୁତ କରିବା ଲାଗି ଇଂଜିନିଅର ଦାସ ବେଶ ସାଧାରଣ ଉପକରଣର ବ୍ୟବହାର କରିଛନ୍ତି । ଯେଉଁଥିରେ ସାମିଲ ଅଛି କିଛି ନିର୍ଦ୍ଧିଷ୍ଟ ମାପର କପଡା, ପ୍ଲାଷ୍ଟିକ ଷ୍ଟ୍ର, ପାଣି, କଣ୍ଟେନର୍ ଓ କିଛି ତମ୍ବାର ଇଲେକ୍ଟ୍ରୋଡ୍ ।

ତେବେ ଇଂଜିନିଅର ଦାସଙ୍କ ଯନ୍ତ୍ରରୁ ପର୍ଯ୍ୟାପ୍ତ ନ ହେଲେ ବି ୧୨ ଭୋଲ୍ଟ ବିଦ୍ୟୁତ ଉତ୍ପନ୍ନ ହେଉଥିବାରୁ ଏଥିରେ କେବଳ ମୋବାଇଲକୁ ଚାର୍ଜ କିମ୍ବା ଛୋଟ ଏଲଇ୍‌ଡି ଲାଇଟ୍ ଜଳିପାରିବ । ଏପରିକି ଗ୍ଲୁକୋଜ୍ ଓ ହିମୋଗ୍ଲୋବିନ୍ ପରୀକ୍ଷଣ କରୁଥିବା ମେଡିକାଲ ଡାଇଗ୍ଲୋଷ୍ଟିକ୍ କିଟ୍ ବି ପରିଚାଳିତ ହୋଇପାରିବ ।

ତାଜା ସ୍ଥିତିରେ ଇଂଜିନିଅର ଦାସ ଡେମୋ ପାଇଁ ଏହି ଯନ୍ତ୍ର ନିର୍ମାଣ କରିଛନ୍ତି । ତେବେ ଆଗକୁ ଏଭଳି ବିରାଟକାୟ ଯନ୍ତ୍ର ନିର୍ମାଣ କରି ସେ ଗ୍ରାମୀଣ ତଥା ଅପହଂଚ ଇଲାକାରେ ବିଦ୍ୟୁତ ପହଂଚାଇବାକୁ ଯୋଜନା ରଖିଥିବା ପ୍ରକାଶ କରିଥିଲେ ।

Leave A Reply

Your email address will not be published.