Latest Odisha News

ଗିରଫ ହୋଇପାରନ୍ତି ସାଂସଦ ଅନୁଭବ ମହାନ୍ତି !

କଟକ: ଗିରଫ ହୋଇପାରନ୍ତି ସାଂସଦ ଅନୁଭବ ମହାନ୍ତି। ଅନୁଭବଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା (NBW) ଜାରି ହେବା ପରେ ଏପରି ଆଶଙ୍କା ସୃଷ୍ଟି ହୋଇଛି। କଟକ ଜେଏମ୍‌ଏଫସି (MP, MLA) କୋର୍ଟ ପକ୍ଷରୁ ଏହି ଏନବିଡବ୍ଲ୍ୟୁ ଜାରି ହୋଇଛି। ବର୍ଷା ପ୍ରିୟଦର୍ଶିନୀ ପୁରୀଘାଟ ଥାନାରେ ରୁଜୁ କରିଥିବା ମାମଲାରେ ଜାରି ହୋଇଛି ଏହି ଏନବିଡବ୍ଲ୍ୟୁ।

ଚାର୍ଜଫ୍ରେମ୍‌ ପାଇଁ ହାଜର ନହୋଇ ବାରମ୍ବାର ସମୟ ମାଗୁଥିଲେ ଅନୁଭବ। ହେଲେ ହାଜର ହେଉନଥିଲେ। ତେଣୁ ଏନବିଡବ୍ଲ୍ୟୁ ଜାରି କରିଛନ୍ତି କୋର୍ଟ। ୨୩ ସୁଦ୍ଧା ୱାରେଣ୍ଟ କାର୍ଯ୍ୟକାରୀ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ଆଜି ସୂଚନା ଦେଇଛନ୍ତି ସରକାରୀ ଓକିଲ ଆଫ୍ରୋଜ୍‌ ଅହମ୍ମଦ। ଅନ୍ୟପଟେ ଏନେଇ ଅନୁଭବଙ୍କ ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ମଳିନାହିଁ।

ଏହା ପୂର୍ବରୁ ଘରୋଇ ହିଂସା ମାମଲାରେ ଅନୁଭବ ମେ ୧୦ରେ କଟକ କୋର୍ଟରେ ହାଜର ହେବାରେ ବିଫଳ ହୋଇଥିଲେ। ଜେଏମଏଫସି କୋର୍ଟ ଅନୁଭବ ଏବଂ ଅନ୍ୟ ଦୁଇଜଣ- ସୁଜିତ ଦଳେଇ ଏବଂ ଖଗେନ୍ଦ୍ର ପ୍ରସାଦ ସାହୁଙ୍କୁ ତାଙ୍କ ପୂର୍ବତନ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ଅଭିଯୋଗ ଉପରେ କାର୍ଯ୍ୟ କରୁଥିବାବେଳେ ହାଜର ହେବାକୁ କହିଥିଲେ।

ସୂଚନାନୁସାରେ, ଶୁଣାଣିରେ ଯୋଗଦେବାକୁ ଅସମର୍ଥ ହେବାର ବ୍ୟକ୍ତିଗତ କାରଣ ଦର୍ଶାଇଥିଲେ। ଏଥିସହ ସେ ତାଙ୍କ ଓକିଲଙ୍କ ମାଧ୍ୟମରେ କୋର୍ଟରେ ହାଜର ହେବାକୁ ଅଧିକ ସମୟ ମାଗିଥିଲେ।

Comments are closed.