Latest Odisha News

BREAKING NEWS

ଛାତ୍ରୀଙ୍କୁ ଚାପିଦେଲା ଟ୍ରକ; ବାପାଙ୍କ ଆଖି ସାମ୍ନାରେ ଚାଲିଗଲା ଝିଅର ଜୀବନ

ସମ୍ୱଲପୁର: କଲେଜ ଛାତ୍ରୀଙ୍କୁ ଚାପିଦେଲା ଟ୍ରକ । ବାପାଙ୍କ ସାଙ୍ଗରେ ବାଇକରେ ଯାଉଥିବାବେଳେ ଚାପିଦେଲା ଟ୍ରକ । ବାପା ଆଖି ସାମ୍ନାରେ ଚାଲିଗଲା ଝିଅର ଜୀବନ । ଏମିତି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ସମ୍ବଲପୁରରେ  ।

ସମ୍ବଲପୁର ରେମେଡ ଛକ ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା । ସିତୁସ୍ମିତା ପ୍ରଧାନ ନାମ୍ନୀ ଜଣେ ଛାତ୍ରୀ କଲେଜରୁ ଘରକୁ ଫେରୁଥିଲେ । କଲେଜ ସରିବା ପରେ ସେ ନିଜ ବାପାଙ୍କ ସଙ୍ଗେ ଘରକୁ ଫେରୁଥିଲା । ଫେରିବା ବାଟରେ ରେମେଡ ଛକ ନିକଟରେ ଘଟିଥିଲା ଭୟଙ୍କର ଦୁର୍ଘଟଣା । ଏକ ମାଲବୋଝେଇ ଟ୍ରକ ତାଙ୍କ ବାଇକକୁ ଧକ୍କା ଦେଇଥିଲା  । ଧକ୍କାରେ ବାପା ଛିଟିକି ପଡିଥିବାବେଳେ ଛାତ୍ରୀଙ୍କ ଉପରେ ଚଢି ଯାଇଥିଲା ଟ୍ରକ । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା ।

ତେବେ  ଦୁର୍ଘଟଣାରେ ବାପା ସାମାନ୍ୟ  ହୋଇଥିଲେ  । ତାଙ୍କ ଆଖି ଆଗରେ ଚାଲିଗଲା ଝିଅର ଜୀବନ । ଚେଷ୍ଟା କରି ବି ଝିଅକୁ ବଞ୍ଚାଇ ପାରିଲେନି । ଏହା କହି କାନ୍ଦି କାନ୍ଦି ଲୋଟି ଯାଉଛନ୍ତି ବାପା-ମା’ । ସୂଚନାଥାଉ କି, ମୃତା ଛାତ୍ରୀ ଜଣକ ସମ୍ବଲପୁରର ଏକ ଘରୋଇ କଲେଜରେ ପାଠ ପଢୁଥିଲେ । ଛାତ୍ରୀଙ୍କ ମୃତ୍ୟରେ ଖାଲି ପରିବାର ନୁହେଁ, କଲେଜ, ତଥା ତାଙ୍କ ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

Leave A Reply

Your email address will not be published.