Latest Odisha News

BREAKING NEWS

ହେଲମେଟ୍ ନ ପିନ୍ଧି ଟ୍ରକ ଚଳାଉଥିବାରୁ ଡ୍ରାଇଭରଙ୍କୁ ହଜାରେ ଟଙ୍କା ଫାଇନ୍!

ଗଂଜାମ: ଟ୍ରକ ଚଳାଇବା ବେଳେ ହେଲମେଣ୍ଟ ପିନ୍ଧି ନ ଥିବାରୁ ହଜାରେ ଟଙ୍କା ଫାଇନ ପକାଇଛି ରାଜ୍ୟ ଟ୍ରାଫିକର ଏନଫୋର୍ସମେଣ୍ଟ ଶାଖା । ଏହା ଶୁଣିବାକୁ ଟିକେ ଅଡୁଆ ଲାଗୁଥିଲେ ବି କଥାଟା ସତ । ଏପରି ଏକ ଘଟଣା ଘଟିଛି ଗଂଜାମରେ ।

ପ୍ରମୋଦ କୁମାର ସ୍ୱାଇଁ ନାମକ ଏହି ଟ୍ରକ ଡ୍ରାଇଭରଙ୍କ ନାଁରେ ଏହି ଚାଲାଣ ଆସିଛି । ଗାଡି ଚଳାଇବା ବେଳେ ସେ ହେଲମେଣ୍ଟ ପିନ୍ଧି ନ ଥିବା ଉଲ୍ଲେଖ କରାଯାଇଛି । ଏଥି ପାଇଁ ତାଙ୍କୁ ହଜାରେ ଟଙ୍କା ଜୋରିମାନା କରାଯାଇଛି । ଏନଫୋର୍ସମେଣ୍ଟ ଅଧିକାରୀଙ୍କ ନାଁ ସୁନୀଲ କୁମାର ବେହେରା ଦର୍ଶାଯାଇଛି । ଆଉ ମାର୍ଚ୍ଚ ୧୨ ତାରିଖ ଭିତରେ ଏହି ଜୋରିମାନା ଦେବା ପାଇଁ କୁହାଯାଇଛି ।

ତେବେ ଜଣେ ଟ୍ରକ ଡ୍ରାଇଭର ହେଲମେଣ୍ଟ ନ ପିନ୍ଧିଥିବାରୁ ଏପରି ଫାଇନ ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି ।

Leave A Reply

Your email address will not be published.