Latest Odisha News

BREAKING NEWS

ଓଭରବ୍ରିଜ୍ ଉପରୁ ବସ୍ ଉପରେ ଖସି ପଡ଼ିଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ୫୦ ଯାତ୍ରୀ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଦେଇ ଯାଇଥିବା ୨୦ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା । ଓଭରବ୍ରିଜ ଉପରୁ ଭାରସାମ୍ୟ ହରାଇ ଖସି ପଡ଼ିଲା ଟ୍ରକ୍ । ତଳେ ଯାଉଥିବା ବସ୍ ଉପରେ ଖସି ପଡ଼ିଲା ଲୁହାପଥର ବୋଝେଇ ଟ୍ରକ । ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ୫୦ଜଣ ଯାତ୍ରୀ । ଏଭଳି ଦୁର୍ଘଟଣା ଘଟିଛି ଆନନ୍ଦପୁର ଅନ୍ତର୍ଗତ ଶାଳପଡ଼ା ଓଭରବ୍ରିଜ ନିକଟରେ ।

ଦୁର୍ଘଟଣାରେ ଜଣେ ଆହତ ହୋଇଛନ୍ତି । ଶାଳପଡ଼ା ଓଭରବ୍ରିଜରୁ ବସ୍ ଉପରେ ଖସି ପଡ଼ିଲା ଟ୍ରକ । ବସଟି କରଞ୍ଜିଆରୁ ଭୁବନେଶ୍ୱର ଯାଉଥିଲା । ଏତିକିବେଳେ ହଠାତ୍ ଶାଳପଡ଼ା ଓଭରବ୍ରିଜ ଉପରୁ ଟ୍ରକଟି ଖସି ପଡ଼ିଥିଲା । ଏହି ଘଟଣା ପରେ ସଂପୃକ୍ତ ରାସ୍ତାରେ କିଛି ସମୟ ପାଇଁ ବାଧାପ୍ରାପ୍ତ ହୋଇଥିବଲା ଗାଡ଼ି ମୋଟର ଚଳାଚଳ । ଅନ୍ୟ ବସରେ ଯାତ୍ରୀ ଗନ୍ତବ୍ୟ ସ୍ଥଳକୁ ଯାଇଛନ୍ତି ।

Leave A Reply

Your email address will not be published.