Latest Odisha News

ପୋଲ ତଳକୁ ଖସିପଡିଲା ଟ୍ରକ, ଡ୍ରାଇଭର ଓ ହେଲପର ମୃତ

ମୟୂରଭଞ୍ଜ: ମୟୂରଭଞ୍ଜ ବାଙ୍ଗିରପୋଷି ଥାନା ଜଗନ୍ନାଥ ଖୁଣ୍ଟା ଗାଁ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ପୋଲ ତଳ କେନାଲକୁ ଖସିପଡିଲା ଟ୍ରକ । ଏଥିରେ ଟ୍ରକ୍ ଡ୍ରାଇଭର ସହ ହେଲପରଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡ଼ିନାହିଁ ।

ଖବର ମୁତାବକ, ଟ୍ରକଟି ଗତକାଲି ବିଳମ୍ବିତ ରାତିରେ ବାରିପଦାରୁ ଝାରପୋଖରିଆ ଅଭିମୁଖେ ଯାଉଥିଲା । କୌଣସି କାରଣରୁ ଟ୍ରକ ଟି ଜାତୀୟ ରାଜପଥ ୧୮ ନିକଟ ସୁବର୍ଣ୍ଣରେଖା କେନାଲରେ ଖସିପଡ଼ିଥିଲା ।

ଖବରପାଇ ବାଙ୍ଗିରପୋଷି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଡ୍ରାଇଭର ଓ ହେଲପର ଙ୍କ ମୃତଦେହକୁ ଉଦ୍ଧାର କରିବା ସହ ଶବ ବ୍ୟବଛେଦ ପାଇଁ ପଠାଇଛି । ତେବେ ମୃତ ୨ ଜଣ ଶ୍ରୀକାକୁଲମ ଅଞ୍ଚଳର ହୋଇଥିବା ଜଣାପଡ଼ିଛି ।

Comments are closed.