Latest Odisha News

BREAKING NEWS

କାଳିଆପାଣି ଖଣି ଅଞ୍ଚଳରେ ଖଣି ପରିବହନକୁ ନେଇ ଦେଖାଦେଇଛି ବିବାଦ; ଆନ୍ଦୋଳନକୁ ଓହ୍ଲାଇଛନ୍ତି ଟ୍ରକ ମାଲିକ ସଂଘ

ଯାଜପୁର: ଯାଜପୁର ଜିଲ୍ଲା ସୁକିନ୍ଦା କାଳିଆପାଣି ଖଣି ଅଞ୍ଚଳରେ ଖଣି ପରିବହନକୁ ନେଇ ଦେଖାଦେଇଛି ବିବାଦ। ଖଣି ପରିବହନ କ୍ଷେତ୍ରରେ ଗାଡିମାଲିକଙ୍କ ପ୍ରତି ପାତରଅନ୍ତର ନୀତି ଅବଲମ୍ବନ କରାଯାଉଥିବା ଅଭିଯୋଗ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଯାଜପୁର ରୋଡ ଏବଂ ଚଣ୍ଡିଖୋଲ ଟ୍ରକ ମାଲିକ ସଂଘ ।

ଏହା ପ୍ରତିବାଦରେ ଉଭୟ ଟ୍ରକ ମାଲିକ ସଂଘ ପକ୍ଷରୁ ମିଳିତ ଭାବେ ଯାଜପୁର ରୋଡ ସ୍ଥିତ ଖଣି ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା । ପରିବହନ ସଂସ୍ଥା ଦ୍ବାରା ସୁକିନ୍ଦା ଗାଡି ମାଲିକଙ୍କ ଅପେକ୍ଷା ଏହି ଗାଡି ମାଲିକ ମାନଙ୍କୁ କମ୍ ଭଡା ଦିଆଯାଉଥିବା ଗାଡି ମାଲିକ ମାନେ ଅଭିଯୋଗ କରିଛନ୍ତି ।

ପାତରଅନ୍ତର ନକରି ଜିଲ୍ଲାର ସମସ୍ତ ଟ୍ରକ୍ ମାଲିକଙ୍କୁ ସମାନ ଭଡା ଦେବାକୁ ଦାବୀ କରିଛି ଉଭୟ ଯାଜପୁର ରୋଡ ଓ ଚଣ୍ଡିଖୋଲ ଟ୍ରକ୍ ମାଲିକ ସଂଘ । ସେପଟେ ଆସନ୍ତା ୧୦ ଦିନ ମଧ୍ୟରେ ଜିଲ୍ଲା ପ୍ରଶାସନ ମଧ୍ୟସ୍ତତାରେ ସମସ୍ତ ଟ୍ରକ୍ ମାଲିକ ସଂଘ ଓ ପରିବହନ ସଂସ୍ଥାକୁ ନେଇ ଏକ ଆଲୋଚନା ବୈଠକ କରାଯାଇ ସମସ୍ୟାର ସମାଧାନ କରାଯିବ ବୋଲି ଖଣି ଉପନିର୍ଦ୍ଦେଶକ ପ୍ରତିଶୃତି ଦେଇଥିଲେ । ଏହାପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିବା ଜଣାପଡିଛି ।

Leave A Reply

Your email address will not be published.