Latest Odisha News

BREAKING NEWS

ରାସ୍ତାକଡ଼ ଦୋକାନ ଉପରେ ମାଡିଗଲା ଟ୍ରକ୍: ଦୋକାନୀ ମୃତ, ଅନ୍ୟ ୫ ଗୁରୁତର

ଗଞ୍ଜାମ: ରାସ୍ତାକଡ଼ରେ ଥିବା ଦୋକାନକୁ ମାଡ଼ିଗଲା ଟ୍ରକ। ଟ୍ରକ ଧକ୍କାରେ ଜଣେ ମୃତ, ପାଞ୍ଚ ଗୁରୁତର। ସମସ୍ତେ ମେଡିକାଲରେ ଭର୍ତ୍ତି । ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ବାହାଡ଼ାଗୁଡ଼ା ଛକ ଚାନ୍ଦିନୀ ଓ ଏହାକୁ ଲାଗି ଥିବା ଦୋକାନରେ ଘର ଉପରକୁ ମାଡ଼ିଯାଇଛି ଟ୍ରକ। ଆସିକାରୁ ସେରଗଡ଼ ଅଭିମୁଖେ ଯାଉଥିବା ଟ୍ରକ ବାହାଡ଼ାଗୁଡ଼ା ଛକରେ ଦୋକାନ ଘରକୁ ମାଡ଼ିଯାଇଛି ।

ସୂଚନା ଅନୁସାରେ, ଏକ ଚା ଦୋକାନ ନିକଟରେ ଥିବା ମଣ୍ଡପ ଉପରେ ୫ ଜଣ ବସିଥିବା ବେଳେ ଧକ୍କା ଦେଇଥିଲା ଟ୍ରକ । ଘଟଣା ସ୍ଥଳରେ ଜଣେ ମୃତ ହୋଇଥିବା ବେଳେ ପାଞ୍ଚ ଜଣ ଗୁରତର ହୋଇଛନ୍ତି । ମୃତକ ହେଲେ ମହେନ୍ଦ୍ର ବିଷୋୟୀ । ଗୁରୁତରଙ୍କୁ ପ୍ରଥମେ ଆସିକା ଉପଖଣ୍ଡ ଚିକିତ୍ସାଳୟ ଓ ପରେ ବ୍ରହ୍ମପୁରକୁ ସ୍ଥାନାନ୍ତରିତ କରାଯାଇଛି ।

ସେହିପରି ଆହତ ମାନେ ହେଲେ କାମେଶ୍ୱର ସେଠି, ଲକ୍ଷ୍ମଣ ଗୌଡ଼, ବୃନ୍ଦା ସ୍ବାଇଁ , କାଳୁ ଚରଣ ପ୍ରଧାନ ଓ ମୁରଲୀ ଗୌଡ଼ । ସକାଳୁ ସକାଳୁ ଚା ଦୋକାନରେ ଚାହା ପିଇବାକୁ ଅପେକ୍ଷା କରିଥିବା ବେଳେ ଘଟିଛି ଅଘଟଣ । ଘଟଣାସ୍ଥଳରେ ଧରାକୋଟ ପୋଲିସ ପହଞ୍ଚିିବା ସହ ଶବ ଜବତ କରି ଅଧିକ ତଦନ୍ତ କରୁଛି ।

Leave A Reply

Your email address will not be published.