Latest Odisha News

BREAKING NEWS

ଆମେରିକା ପୁନର୍ବାର ପରମାଣୁ ପରୀକ୍ଷଣ କରିବ !

ୱାଶିଂଟନ: ଆମେରିକା ଓ ଚୀନ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି । ଏହି ଅବସରରେ ୱାଶିଂଟନ ପୋଷ୍ଟରେ ପ୍ରକାଶିତ ଏକ ରିପୋର୍ଟ ସମସ୍ତଙ୍କୁ ଚିନ୍ତାରେ ପକାଇଛି । ରିପୋର୍ଟ ମୁତାବକ ଆମେରିକା ପୁନର୍ବାର ପରମାଣୁ ପରୀକ୍ଷଣ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ କରିଛି । ୧୯୯୨ରେ ଆମେରିକା ଶେଷ ଥର ପାଇଁ ପରମାଣୁ ପରୀକ୍ଷଣ କରିଥିଲା ।

ତେବେ ଆମେରିକା ସୁରକ୍ଷା ପରିଷଦ ଏ ନେଇ କୌଣସି ବୟାନ ଦେଇ ନାହିଁ । ରାଷ୍ଟ୍ରୀୟ ପରମାଣୁ ସୁରକ୍ଷା ପ୍ରଶାସନ କିନ୍ତୁ ପରୀକ୍ଷଣ ସପକ୍ଷରେ ନାହିଁ । ୨୦୨୧ ଫେବୃୟାରୀରେ ଆମେରିକା ଓ ରୁଷ ମଧ୍ୟରେ ଆର୍ମସ ରିଡକସନ ଚୁକ୍ତି ମିଆଦ ଶେଷ ହେଉଛି । ଚୀନ, ଫ୍ରାନ୍ସ ଓ ବ୍ରିଟେନ ଏହି ଚୁକ୍ତିରେ ସାମିଲ କରିବାକୁ ଆମେରିକା ଚାପ ପକାଉଛି । ଯଦି ସେମାନେ ରାଜି ନ ହେବେ ତାହେଲେ ଆମେରିକା ଏଥିରୁ ଓହରିଯିବ ବୋଲି କୁହାଯାଇଛି ।

Leave A Reply

Your email address will not be published.