Latest Odisha News

ବାହାରିନ୍ ସହିତ ଶାନ୍ତି ଚୁକ୍ତି ପାଇଁ ଇସ୍ରାଏଲ ରାଜି, ଟ୍ରମ୍ପଙ୍କ ଦ୍ୱିତୀୟ କୂଟନୈତିକ ବିଜୟ

ୱାଶିଂଟନ: ବାହାରିନ୍ ସହିତ ଶାନ୍ତି ଚୁକ୍ତି ପାଇଁ ଇସ୍ରାଏଲ ରାଜି ହୋଇଛି । ଦୀର୍ଘ ଦିନ ଧରି ଉଭୟ ଦେଶ ମଧ୍ୟରେ ଅଶାନ୍ତି ଲାଗି ରହିଥିଲା । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉଦ୍ୟମ ବଳରେ ଉଭୟ ଦେଶ ଚୁକ୍ତି ପାଇଁ ରାଜି ହୋଇଛନ୍ତି । ୩୦ ଦିନ ମଧ୍ୟରେ ବିଧିବଦ୍ଧ ଭାବେ ଚୁକ୍ତିପକ୍ଷ ସ୍ୱାକ୍ଷର କରାଯିବ ବୋଲି ଟ୍ରମ୍ପ ପ୍ରଶାସନ ପକ୍ଷରୁ କୁହାଯାଇଛି । ପୂର୍ବରୁ ଇସ୍ରାଏଲ ଓ ୟୁଏଇ ମଧ୍ୟରେ ଶାନ୍ତି ଚୁକ୍ତି ସ୍ୱାକ୍ଷରିତ ହୋଇଛି ।

ଟ୍ରମ୍ପ ଟୁଇଟ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଦୁଇ ଦେଶ ମଧ୍ୟରେ ସମ୍ପର୍କ ସ୍ୱାଭାବିକ ପାଇଁ ଶାନ୍ତି ପ୍ରତିଷ୍ଠା କରାଯିବ । ଯାହା କି ଏକ ଐତିହାସିକ ପଦକ୍ଷେପ ହେବ ବୋଲି ସେ କହିଛନ୍ତି । ଏହି ଉଦ୍ୟମ ବଳରେ ଆମେରିକାରେ ରହୁଥିବା ଇସ୍ରାଏଲ ଓ ବାହାରିନ୍ ସମର୍ଥକଙ୍କୁ ଟ୍ରମ୍ପ ମନେଇବାରେ ସଫଳ ହେବେ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.