Latest Odisha News

ଟ୍ରମ୍ପ ଉଠାଇ ଦେଲେ କଟକଣା, ହମାସ ପାଇଁ ବଢ଼ିଲା ବିପଦ

ନୂଆଦିଲ୍ଲୀ : ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନ୍ ଯେଉଁ କଟକଣା ଲଗାଇଥିଲେ, ବର୍ତ୍ତମାର ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ତାହା ଉଠାଇ ଦେଲେ । ଆମେରିକାଠାରୁ ୨ ହଜାର ପାଉଣ୍ଡ ଓଜନରପ ବୋମା ନେବାକୁ ଇସ୍ରାଏଲ୍ ଅର୍ଡର ଦେଇଥିଲା । ସେଥିପାଇଁ ଟଙ୍କା ମଧ୍ୟ ଦେଇ ସାରିଛି । କିନ୍ତୁ ଏହି ବୋମା ମାନବ ଜଗତର ବଡ଼ କ୍ଷତି ଘଟାଇବା ସମ୍ଭାବନା ଥିବାରୁ ଇସ୍ରାଏଲକୁ ତାହା ଦେଇ ନଥିଲା ଆମେରିକା । ରାଷ୍ଟ୍ରପତି ଥିବା ବେଳେ ବାଇଡେନ୍ ହିଁ ଏହି ନିଷ୍ପତ୍ତି ନେଇଥିଲେ ଏବଂ ନିର୍ଦ୍ଦେଶ ଦେଇଥିଲେ । ଇସ୍ରାଏଲ୍ ଯଦି ଏହି ବୋମା ଗାଜାରେ ପକାଇ ଦିଏ, ତେବେ ଏହା ମାନବ ସମାଜ ପ୍ରତି ବଡ଼ କ୍ଷତି ଘଟାଇବାର ଆଶଙ୍କା କରି ଏହା ଉପରେ କଟକଣା ଲଗାଇଥିଲେ ବାଇଡେନ ।

ଅନ୍ୟପଟେ ରାଷ୍ଟ୍ରପତି ଟ୍ରମ୍ପ ଏବେ ତାହା ଉଠାଇ ଦେଇଛନ୍ତି । ଅର୍ଥାତ ଇସ୍ରାଏଲ ଏବେ ଆମେରିକାଠାରୁ ୨ ପାଉଣ୍ଡ ଓଜନର ସେହି ବୋମା ନେଇପାରିବ । ଗତ ଶୁକ୍ରବାର ଟ୍ରମ୍ପ ପ୍ରଶାସନ, ବଡ଼ ନିଷ୍ପତ୍ତି ନେଇଛି । ଅଧିକାଂଶ ଦେଶକୁ ଆମେରିକା ତାର ଅନୁଦାନ ଦେବା ବନ୍ଦ କରିଦେଇଛି । ୟୁକ୍ରେନକୁ ବାଇଡେନଙ୍କ ଅମଳରେ ଯେଉଁ ଆର୍ଥିକ ଏବଂ ସାମରିକ ସହଯୋଗ ଦିଆ ଯାଉଥିଲା, ତାହା ବନ୍ଦ କରି ଦେଇଛି ଟ୍ରମ୍ପ ପ୍ରଶାସନ । କିନ୍ତୁ ଇଜିପ୍‌ଟ ଏବଂ ଇସ୍ରାଏଲ ପାଇଁ ଅନୁଦାନ ବନ୍ଦ କରିନି । ଯାହା ସ୍ପଷ୍ଟ କରି ଦେଇଛି ବାଇଡେନ୍ ହୁଅନ୍ତୁ ବା ଟ୍ରମ୍ପ… ଡେମୋକ୍ରାଟ୍ ହୁଅନ୍ତୁ ବା ରିପବ୍ଲିକାନ୍… ଆମେରିକାରେ ଯିଏ ଆସନ୍ତୁ, ଇସ୍ରାଏଲ୍ ସବୁବେଳେ ଫାଇଦାରେ ।

ଗତ ୨୦ ତାରିଖରେ ଡୋନାଲ୍‌ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ଭାବେ ଦ୍ବିତୀୟ ଥର ଶପଥ ନେବା ପୂର୍ବରୁ ଇସ୍ରାଏଲ୍ ଓ ହାମାସ୍ ଯୁଦ୍ଧକୁ ନେଇ ବଡ଼ ଚେତାବନୀ ଦେଇଥିଲେ । ହାମାସ୍ ବନ୍ଧକ ରଖିଥିବା ଇସ୍ରାଏଲୀ ନାଗରିକଙ୍କୁ ନଛାଡ଼ିଲେ ଏବଂ ଯୁଦ୍ଧବିରତିରେ ସହମତ ନହେଲେ, ପରିଣାମ ଭୟଙ୍କର ହେବ ବୋଲି ଚେତାଇ ଦେଇଥିଲେ । ଆଉ ୨୦ ତାରିଖରେ ଟ୍ରମ୍ପଙ୍କ ଶପଥ ସମାରୋହ ପୂର୍ବରୁ ସତକୁ ସତ ୧୯ ତାରିଖରୁ ଇସ୍ରାଏଲ ଓ ହାମାସ୍ ମଧ୍ୟରେ ଆରମ୍ଭ ହୋଇଛି ପ୍ରଥମ ପର୍ଯ୍ୟାୟ ଯୁଦ୍ଧବିରତି । ଯୁଦ୍ଧବିରତି ପରେ ଦୁଇଟି ପର୍ଯ୍ୟାୟରେ ୭ ଜଣ ଇସ୍ରାଏଲୀ ନାଗରିକଙ୍କୁ ମୁକ୍ତ କରିସାରିଛି ହାମାସ୍ ।

Comments are closed.