ଭୁବନେଶ୍ବର:ପୋଷ୍ଟଅଫିସ ମାଧ୍ୟମରେ ପିଏମ ସୂର୍ଯ୍ୟ ଘର ମାଗଣା ବିଦ୍ୟୁତ ଯୋଜନା ପାଇଁ ଆବେଦନ କରିପାରିବେ। ଏହି ଯୋଜନା ଅଧୀନରେ ଏକ କୋଟି ଘରର ଛାତ ଉପରେ ସୌର ପ୍ୟାନେଲ ସିଷ୍ଟମ ଲଗାଯିବ ବୋଲି କେନ୍ଦ୍ର ସରକାର ଲକ୍ଷ୍ୟ ସ୍ଥିର ରଖିଛନ୍ତି । ଏଥିପାଇଁ ସରକାର ସବସିଡି ମଧ୍ୟ ଦେଉଛନ୍ତି ।
ମାଗଣା ବିଦ୍ୟୁତ ଯୋଗାଇବା ପାଇଁ ଏହି ଯୋଜନା ଆରମ୍ଭ ହୋଇଛି। ଯେଉଁ ଛାତରେ ସୌର ପ୍ୟାନେଲ ଲଗାଯିବ,ସେମାନଙ୍କୁ ସରକାର ୩୦୦ ୟୁନିଟ୍ ବିଦ୍ୟୁତ୍ ମାଗଣା ଯୋଗାଇ ଦେବେ। ଯଦି ଏକ କିଲୋୱାଟ ସୌର ପ୍ୟାନେଲ ଲଗାଇବାକୁ ଚାହାଁନ୍ତି, ତେବେ ସେମାନଙ୍କୁ ସରକାର ୩୦,୦୦୦ ଟଙ୍କା ସବସିଡି ପ୍ରଦାନ କରିବେ।
ଏହା ସହିତ ସରକାର ଦୁଇ କିଲୋୱାଟ ସୋଲାର ପ୍ୟାନେଲ ସ୍ଥାପନ ପାଇଁ ୬୦,୦୦୦ ଟଙ୍କା ଏବଂ ୩ କିଲୋୱାଟ ସୌର ପ୍ୟାନେଲ ସ୍ଥାପନ ପାଇଁ ୭୮,୦୦୦ ଟଙ୍କା ସବସିଡି ଦେବେ ।
ବର୍ତ୍ତମାନ ଅଧିକରୁ ଅଧିକ ଲୋକ ପ୍ରଧାନମନ୍ତ୍ରୀ ସୂର୍ୟ୍ୟ ଘର ମାଗଣା ବିଦ୍ୟୁତ୍ ଯୋଜନାର ସୁବିଧା ଯୋଗାଇଦେବା ଲକ୍ଷ୍ୟରେ ସରକାର ଡାକଘର ମାଧ୍ୟମରେ ଆବେଦନ ମଧ୍ୟ ଆରମ୍ଭ କରିଛନ୍ତି। ନିଜର ନିକଟତମ ଡାକଘରକୁ ଯାଇ ଆବେଦନ କରିପାରିବେ ।
କିପରି ଆବେଦନ କରିବେ
-ସର୍ବପ୍ରଥମେ pmsuryagarh.gov.in ୱେବସାଇଟ୍ କୁ ଯାଆନ୍ତୁ । ଏହା ପରେ ‘ଅପ୍ଲାଏ ଫର୍ ରୁଫଟପ୍ ସୋଲାର’ ବିକଳ୍ପକୁ ଯାଆନ୍ତୁ ।
– ନିଜ ରାଜ୍ୟ, ଜିଲ୍ଲା ସହ ବିଜୁଳି ବିତରଣ କମ୍ପାନୀକୁ ଚୟନ କରନ୍ତୁ ।
-ଏହାପରେ ମୋବାଇଲ ନଂ, ଗ୍ରାହକ ନଂ ଓ ଇମେଲ ଆଇଡି ଦେବେ । ଏହାପରେ ମୋବାଇଲ ନଂ, ଗ୍ରାହକ ନଂ ଦେଇ ଲଗଇନ୍ କରିବାକୁ ପଡିବ । ଏହାପରେ ଆବେଦନ କରନ୍ତୁ ଓ ଡିସ୍କମ୍ ଠାରୁ ସମ୍ଭାବ୍ୟ ଅନୁମତି ପାଇଁ ଅପେକ୍ଷା କରିବାକୁ ପଡିବ । ସମ୍ଭାବ୍ୟତା ଅନୁମୋଦନ ପାଇବା ପରେ, ଆପଣଙ୍କର ଡିସ୍କମ୍ ରେ କୌଣସି ପାଞ୍ଜିକୃତ ବିକ୍ରେତାଙ୍କଠାରୁ ପ୍ଲାଣ୍ଟ ଲଗାଇପାରିବେ ।
-ବର୍ତ୍ତମାନ ପ୍ଲାଣ୍ଟ ସବିଶେଷ ତଥ୍ୟ ପ୍ରବେଶ କରିବା ସହିତ ଆପଣଙ୍କୁ ଏକ ନେଟ୍ ମିଟର ପାଇଁ ଆବେଦନ କରିବାକୁ ପଡିବ ।
-ନେଟ ମିଟର ସ୍ଥାପନ ଏବଂ ଯାଞ୍ଚ ପରେ, ପୋର୍ଟାଲରୁ କମିଶନ ସାର୍ଟିଫିକେଟ୍ ଉପଲବ୍ଧ ହେବ ।
– ବର୍ତ୍ତମାନ ଆପଣ ପୋର୍ଟାଲ୍ ମାଧ୍ୟମରେ ବ୍ୟାଙ୍କ ଆକାଉଣ୍ଟ୍ ସୂଚନା ଏବଂ ବାତିଲ୍ ହୋଇଥିବା ଚେକ୍ ଦାଖଲ କରିପାରିବେ ।
Comments are closed.