Latest Odisha News

BREAKING NEWS

Flydubai Attack: ମଝି ଆକାଶରେ ‘ଦେବଦୂତ’ ସାଜିଲେ ପ୍ଲମ୍ବର, ପାଣି ପାଇପ୍ ସଜାଡୁଥିବା ମଣିଷଟି ୧୭୪ ଜଣଙ୍କ ସଂସାର ଉଜୁଡିବାରୁ ବଞ୍ଚାଇ ଦେଲା!

ନୂଆଦିଲ୍ଲୀ: ମୃତ୍ୟୁମୁହଁରୁ ଯାତ୍ରୀଙ୍କୁ ଟାଣିଆଣିଲେ ପ୍ଲମ୍ବର!

ପାଣି ପାଇପ୍ ସଜାଡୁଥିବା ମଣିଷଟି ୧୭୪ ଜଣଙ୍କ ସଂସାର ଉଜୁଡିବାରୁ ବର୍ତ୍ତାଇଦେଲେ!

କୁଣ୍ଡାଇ ପାକାଇଲେ ପ୍ରଧାନମନ୍ତ୍ରୀ!

ମଝି ଆକାଶରେ ଘଟିଲା ଛାତିଥରା ଘଟଣା । ଦୁବାଇରୁ ତେଲ୍‌ ଅଭିଭ୍‌ ଯାଉଥିଲା ବିମାନ । ସବୁକିଛି ସ୍ୱାଭାବିକ ଥିଲା। ବିମାନ ଯାତ୍ରାକୁ ଉପଭୋଗ କରି ନିଜ ନିଜ ନିଜ ଗନ୍ତବ୍ୟସ୍ଥଳ ଅଭିମୁଖେ ଉଡୁଥିଲେ ୧୭୪ ଜଣ । ହଠାତ୍‌ କକ୍‌ପିଟ୍‌ ଭିତରେ ଆରମ୍ଭ ହୋଇଥିଲା ହଙ୍ଗାମା। ବିମାନ ଚଳାଉଥିବା କ୍ୟାପ୍ଟେନ୍‌ଙ୍କ ଉପରେ ହଠାତ୍ ହୋଇଥିଲା ଆକ୍ରମଣ । ନିଜ ଭାରସାମ୍ୟ ହରାଇ ବସିଥିଲେ ବିମାନ ଚାଳକ । ହେଲେ ତାଙ୍କ ସାହସ ଏବଂ ଜଣେ ସାଧାରଣ ଲୋକଙ୍କ ଉପସ୍ଥିତି ବୁଦ୍ଧି ଆଜି ୧୭୪ ଜୀବନ ବଞ୍ଚାଇ ଦେଇଛି ।

ତେବେ ଫ୍ଲାଇଦୁବାଇର FZ1073 ବିମାନର ଦୁବାଇରୁ ତେଲ୍‌ ଅଭିଭ୍‌ ଯାଉଥିବା ବୋଇଂ-୭୩୭ ବିମାନ କକ୍‌ପିଟ୍‌ରେ କୋ-ପାଇଲଟ୍‌ କ୍ୟାପ୍ଟେନ୍‌ ସ୍ମିତ୍‌ ମଚ୍ଛାରଙ୍କୁ ଆକ୍ରମଣ କରିଥିଲେ ତାଙ୍କ ପାଖରେ ବସିଥିବା କୋପାଇଲଟ୍ । ପଛରେ ଅତି ଆନନ୍ଦରେ ଯାତ୍ରାକୁ ଉପଭୋଗ କରୁଥିଲେ ୧୭୪ ଯାତ୍ରୀ । ଯେଉଁଥିରେ ୨୭ ଜଣ ଶିଶୁ ଏବଂ ୧୬୬ ଜଣ ଇସ୍ରାଏଲୀ ନାଗରିକଙ୍କ ସହ କିଛି କକ୍ରୁ ସଦସ୍ୟ ରହିଥିଲେ । ଏହି ସମୟରେ ରକ୍ତ ଜୁଡୁବୁଡୁ ହୋଇ ମନରେ ସାହାସ ଜୁଟାଇ ହଠାତ୍ କକପିଟ୍ ଦ୍ବାର ଖୋଲି ଦେଇଥିଲେ ଭାରତୀୟ କ୍ୟାପ୍ଟେନ୍‌ ସ୍ମିତ୍‌ ମଚ୍ଛାର । ଆହତ ଅବସ୍ଥାରେ ଥାଇ ମଧ୍ୟ ସେ କକ୍‌ପିଟ୍‌ ଦ୍ୱାର ଖୋଲିବାରେ ସକ୍ଷମ ହୋଇଥିଲେ । ଏହାପରେ ଭୟରେ ଥରିଥିଲା ପୂରା ବିମାନ । ଦ୍ରୁତ ଗତିରେ ତଳକୁ ଖସିବା ଆରମ୍ଭ କରିଥିଲା । ଯାହା ପରେ ବିମାନରେ ହଇଚଇ ଖେଳିଯାଇଥିବା ବେଳେ ସମସ୍ତେ ଭଗବାନଙ୍କୁ ହାତ ଟେକି ଦେଇଥିଲେ । ଏହି ସମୟରେ ଦେବଦୂତ ସାଜିଥିଲେ ଜଣେ ଇସ୍ରାଏଲୀ ନାଗରିକ ୟାନିଭ୍ ହାୟୁନ୍। ସ୍ଥିତି ଭୟଙ୍କର ହେବା ଦେଖି ୟାନିଭ୍‌ ହାୟୁନ୍‌ କକ୍‌ପିଟ୍‌ ଆଡ଼କୁ ଦୌଡ଼ିଥିଲେ। ଅନ୍ୟ ଯାତ୍ରୀ ଓ କ୍ରୁ ସଦସ୍ୟମାନେ କକପିଟ୍ ଭିତରକୁ ପଶି ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରିଥିଲେ । ୟାନିଭ୍ ଅଭିଯୁକ୍ତ କୋ-ପାଇଲଟ୍‌ଙ୍କୁ କାବୁ କରିବାରେ ସହଯୋଗ କରିବା ସହ ତାଙ୍କୁ ଫ୍ଲାଇଟ୍‌ କଣ୍ଟ୍ରୋଲ୍‌ଠାରୁ ଦୂରେଇ ଦେଇଥିଲେ। ଏହାପରେ ବିମାନ ଦ୍ରୁତଗତିରେ ତଳକୁ ଖସୁଥିବା ଦେଖି ସେ କିଛି ସମୟ ପାଇଁ ବିମାନର କଣ୍ଟ୍ରୋଲ୍‌ ଧରିଥିଲେ। ବିମାନକୁ ପୁଣି ସ୍ଥିର କରିବା ପାଇଁ ସେ କଣ୍ଟ୍ରୋଲ୍‌କୁ ପଛକୁ ଟାଣିଥିଲେ । ନିଜର ପୂରା ଜୋର ଲଗାଇଦେଇଥିଲେ ୟାନିଭ୍ । ପରେ ବିମାନରେ ଥିବା ଜଣେ ଅଫ୍‌-ଡ୍ୟୁଟି ପାଇଲଟ୍‌ କଣ୍ଟ୍ରୋଲ୍‌ ନେଇଥିବା ବେଳେ ସ୍ଥିତି ସମ୍ଭାଳି ହୋଇଥିଲା ।

ବିମାନଟି ପ୍ରାୟ ୧୪ ହଜାରରୁ ୧୭ ହଜାର ଫୁଟ୍‌ ପର୍ଯ୍ୟନ୍ତ ଦ୍ରୁତ ଗତିରେ ତଳକୁ ଖସୁଥିବା ବେଳେ ୟାନିଭଙ୍କ ଏହି ଉପସ୍ଥିତି ବୁଦ୍ଧି ଯୋଗୁଁ ଶେଷରେ ବିମାନକୁ ସାଉଦି ଆରବର ତାବୁକ୍‌ ଦିଗକୁ ମୋଡ଼ାଯାଇ ସୁରକ୍ଷିତ ଭାବେ ଅବତରଣ କରାଯାଇଥିଲା। ଘଟଣାରେ କ୍ୟାପ୍ଟେନ୍‌ ସ୍ମିତ୍‌ ମଚ୍ଛାର ଆହତ ହୋଇଛନ୍ତି । ଯିଏକି ଜଣେ ଭାରତୀୟ ନାଗରିକ । ମଝି ଆକାଶରେ ଏଭଳି ଚାଞ୍ଚଲ୍ୟ ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ କ୍ୟାପ୍ଟେନ୍‌ ସ୍ମିତ୍‌ ମଚ୍ଛାର ଏବଂ ପ୍ଲମ୍ବର ୟାନିଭଙ୍କୁ ଛୁଟିଛି ପ୍ରଶଂସା ଏବଂ ଆଶୀର୍ବାଦର ସୁଅ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଦୁହିଁଙ୍କ ପ୍ରଶଂସା କରି ହିରୋ ବୋଲି ସମ୍ବୋଧନ କରିଛନ୍ତି ।

ତେବେ ଘଟଣା ପରେ ଇସ୍ରାଏଲ୍‌ ଫେରିଥିବା ୟାନିଭ୍‌ଙ୍କୁ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତନ୍ୟାହୁ ସାକ୍ଷାତ କରି ପ୍ରଶଂସା କରିବା ସହ ତାଙ୍କୁ କୁଣ୍ଡାଇ ପକାଇଥିଲେ । ସେହି ସମୟରେ ୟାନିଭ୍‌ ଘଟଣା ସମୟରେ ପିନ୍ଧିଥିବା ସାର୍ଟ ପିନ୍ଧିଥିଲେ, ଯେଉଁଥିରେ ରକ୍ତର ଦାଗ ମଧ୍ୟ ଦେଖାଯାଉଥିଲା। ଆହୁରି ରୋଚକ କଥା ହେଉଛି, ନେତନ୍ୟାହୁ ତାଙ୍କୁ ପଚାରିଥିଲେ—ବିମାନ କିପରି ନିୟନ୍ତ୍ରଣ କରିବା ଜାଣିଲେ? ୟାନିଭ୍‌ କହିଥିଲେ, ସେ ‘Mayday’ ନାମକ ବିମାନ ଜରୁରୀକାଳୀନ ପରିସ୍ଥିତି ଉପରେ ଥିବା ଡକ୍ୟୁମେଣ୍ଟାରୀ ସିରିଜ୍‌ ଦେଖିଥିଲେ। ସେଥିରୁ ମିଳିଥିବା ସାମାନ୍ୟ ଧାରଣା ତାଙ୍କୁ ସେହି ମୁହୂର୍ତ୍ତରେ ସାହାଯ୍ୟ କରିଥିଲା। ୟାନିଭ୍‌ଙ୍କ ଏହି ସାହସର ପ୍ରଶଂସା ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ କରିଛନ୍ତି । ସେ କହିଥିଲେ, କେବେ ବିମାନ ନଉଡ଼ାଇଥିବା ସତ୍ତ୍ୱେ ୟାନିଭ୍‌ ଠିକ୍‌ ସମୟରେ କଣ୍ଟ୍ରୋଲ୍‌ ଧରି ବିମାନକୁ ସିଧା କରିବାରେ ସହଯୋଗ କରିଥିଲେ। ଜଣେ ସାଧାରଣ ପ୍ଲମ୍ବରଙ୍କ ଏହି ଅସାଧାରଣ ସାହସ ଏବେ ତାଙ୍କୁ ‘ହିରୋ’ ଭାବରେ ଚର୍ଚ୍ଚାକୁ ଆଣିଛି।

Leave A Reply

Your email address will not be published.