Latest Odisha News

BREAKING NEWS

ଆମେରିକାର ମିଶାଇଲ୍ ଟେକନିକ ଚୋରି କରିଛି ଋଷ: ଟ୍ରମ୍ପ

ୱାଶିଂଟନ: ଆମେରିକାର ହାଇପରସୋନିକ ମିଶାଇଲ୍ ଟେକନିକ ଚୋରି କରିଛି ଋଷ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ସାମରିକ ସମାବର୍ତ୍ତନ ସମାରୋହରେ ଯୋଗ ଦେଇ ଏହି ଅଭିଯୋଗ କରିଛନ୍ତି।

ୱେଷ୍ଟ ପଏଣ୍ଟର ମିଚି ଷ୍ଟାଡିୟମରେ ଭାଷଣ ଦେଇ ସେ କହିଥିଲେ ଯେ ଓବାମାଙ୍କ ଶାସନ କାଳ ସମୟରେ ରୁଷ ଆମେରିକୀୟ ହାଇପରସୋନିକ୍ କ୍ଷେପଣାସ୍ତ୍ରର ଟେକନିକକୁ ଚୋରି କରିଛି। ଏହାପରେ ସେ କହିଥିଲେ ଯେ ଏଠାରେ ଆଜି ଯେଉଁ ଆଠ ଜଣ କ୍ୟାଡେଟ୍ ଉପସ୍ଥିତ ଅଛନ୍ତି ସେମାନେ  ନିଜର ହାଇପରସୋନିକ୍ ରକେଟ୍ ଡିଜାଇନ୍ କରିବା ପାଇଁ ଏକ ଚ୍ୟାଲେଞ୍ଜ ଗ୍ରହଣ କରିଛନ୍ତି ଓ ଏହାକୁ ବର୍ତ୍ତମାନ୍ କାର୍ଯ୍ୟକାରୀ ମଧ୍ୟ କରାଯାଉଛି।

ରାଷ୍ଟ୍ରପତି ଟ୍ରମ୍ପ ଆହୁରି କହିଥିଲେ କିଛି ଦୁର୍ଘଟଣା ଯୋଗୁଁ ଋଷ ଏହାକୁ ଚୋରି କରିନେଇଛି। କିନ୍ତୁ ବର୍ତ୍ତମାନ୍ ଆମେ ବହୁ ସଂଖ୍ୟାରେ ଏହାକୁ ନିର୍ମାଣ କରୁଅଛୁ। ସେ ଆମେରିକାର ସାମରିକ ଏକାଡେମୀରେ ସ୍ନାତକ କ୍ୟାଡେଟମାନଙ୍କୁ କହିଥିଲେ ଯେ ତାଙ୍କ କାର୍ଯ୍ୟକାଳର ପ୍ରଥମ ବର୍ଷରେ ଆମେରିକୀୟ ସଶସ୍ତ୍ର ବାହିନୀକୁ ନୂତନ କରି ଗଢ଼ିଛନ୍ତି ଓ ଆମେରିକୀୟ ସେନା ଏହାର ଜାତୀୟ ପ୍ରତିରକ୍ଷା ମିଶନକୁ ଫେରିଯିବା ଉଚିତ। କାରଣ ଆମେରିକାର ସେନା ସବୁଠାରୁ ଶକ୍ତିଶାଳୀ ସେନା। ଯିଏକି ସମସ୍ତ ପରିସ୍ଥିତିରେ ଦୃଢତାର ସହ ଲଢ଼ିପାରିବେ।

Comments are closed.