Latest Odisha News

BREAKING NEWS

ସୈନ୍ୟବାହିନୀରୁ ଟ୍ରାନ୍ସଜେଣ୍ଡରଙ୍କୁ ହଟାଇପାରନ୍ତି ଟ୍ରମ୍ପ

ୱାଶିଂଟନ: ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକାରେ ରହୁଥିବା LGBTQIA + ସମ୍ପ୍ରଦାୟ ପାଇଁ ସମସ୍ୟା ସୃଷ୍ଟି କରିବାକୁ ଯାଉଛନ୍ତି।

ଏକ ରିପୋର୍ଟରେ କୁହାଯାଇଛି ଯେ ଟ୍ରମ୍ପ ଆମେରିକାର ସେନାରେ କାର୍ଯ୍ୟରତ ସମସ୍ତ ଟ୍ରାନ୍ସଜେଣ୍ଡରଙ୍କୁ ବାହାର କରିବାକୁ ଚିନ୍ତା କରୁଛନ୍ତି। ତେବେ ଯଦି ଟ୍ରମ୍ପ ଏପରି ଆଦେଶ ଦିଅନ୍ତି ତାହେଲେ ଟ୍ରାନ୍ସଜେଣ୍ଡରମାନଙ୍କୁ ମେଡିକାଲି ଅନଫିଟ ଘୋଷିତ କରି ସେନାରୁ ବାହାର କରିଦିଆଯିବ।

ସୂଚନା ଅନୁଯାୟୀ, ଡୋନାଲ୍ଡ ଟ୍ରମ୍ପ ପୂର୍ବରୁ ମଧ୍ଯ ତାଙ୍କ କାର୍ଯ୍ୟକାଳ ସମୟରେ ଏପରି ସମାନ ନିର୍ଦ୍ଦେଶ ଦେଇଥିଲେ ଯାହାଫଳରେ ସେହି ସମୟରେ ଟ୍ରାନ୍ସଜେଣ୍ଡର ନିଯୁକ୍ତି ନିଷେଧ କରାଯାଇଥିଲା। କିନ୍ତୁ ପୂର୍ବରୁ ନିୟୋଜିତ ଥିବା ଟ୍ରାନ୍ସଜେଣ୍ଡରମାନଙ୍କୁ ସେମାନଙ୍କ କାର୍ଯ୍ୟ ଜାରି ରଖିବାକୁ ଅନୁମତି ଦିଆଯାଇଥିଲା। ହେଲେ ବର୍ତ୍ତମାନ ଟ୍ରମ୍ପ ସେନାରେ କାର୍ଯ୍ୟ କରୁଥିବା ଟ୍ରାନ୍ସଜେଣ୍ଡରମାନଙ୍କୁ ହଟାଇବାକୁ ଚିନ୍ତା କରୁଛନ୍ତି।

ବର୍ତ୍ତମାନ ୧୫,୦୦୦ ଟ୍ରାନ୍ସଜେଣ୍ଡର ଆମେରିକୀୟ ସେନାରେ କାର୍ଯ୍ୟ କରୁଛନ୍ତି। ତେବେ ଏ ସବୁକୁ ଡୋନାଲ୍ଡ ଟ୍ରମ୍ପ ଦୀର୍ଘ ଦିନରୁ ବିରୋଧ କରିଆସୁଛନ୍ତି। ଆହୁରି ମଧ୍ଯ ସେ ଟ୍ରାନ୍ସଜେଣ୍ଡର ଆଥଲେଟମାନଙ୍କୁ କ୍ରୀଡ଼ାରୁ ହଟାଇବା ପାଇଁ ଭାବୁଥିବା ଚର୍ଚ୍ଚା ହେଉଛି।

Comments are closed.