Latest Odisha News

BREAKING NEWS

ଗୁଜରାଟରେ ଟ୍ରମ୍ପଙ୍କ ପିଛା ପ୍ରତି ମିନିଟରେ ଖର୍ଚ୍ଚ ହେବ ୫୫ ଲକ୍ଷ !

ଅହମ୍ମଦାବାଦ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଗସ୍ତରେ ଆସୁଛନ୍ତି । ଏଥିପାଇଁ ପାଣି ଭଳିଆ ଅର୍ଥ ଖର୍ଚ୍ଚ କରାଯାଉଛି । ଅହମ୍ମଦାବାଦରେ ଟ୍ରମ୍ପ ମାତ୍ର ୩ ଘଂଟା ରହିବେ ଏଥିପାଇଁ ପ୍ରତି ମିନିଟ ପିଛା ୫୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ୨୪ ଫେବୃୟାରରେ ଟ୍ରମ୍ପ ୨ ଦିନିକିଆ ଭାରତ ଗସ୍ତରେ ଆସିବେ । ରାଜ୍ୟ ସରକାର ଏଥିପାଇଁ ୧୦୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଉଛି ।

ରିପୋର୍ଟ ମୁତାବକ ନୂତନ ସଡକ ନିର୍ମାଣରେ ୮୦ କୋଟି, ସୁରକ୍ଷା ନେଇ ୧୨-୧୫ କୋଟି ଟଙ୍କା ଖର୍ଚ୍ଚ ହେବ । ସେହିପରି ମୋଟେରା ଷ୍ଟାଡିୟମରେ ଅତିଥି ସତ୍କାର ଏବଂ ଅନ୍ୟ ବାବଦକୁ ୭-୧୦କୋଟି, ସହରକୁ ସୁନ୍ଦର ଓ ସବୁଜୀକରଣ ପାଇଁ ୬ କୋଟ ବ୍ୟତୀତ ସାଂସ୍କୃତିକ କାର୍ଯ୍ୟକମ ବାବଦକୁ ୪ କୋଟି ଟଙ୍କା ଖର୍ଚ୍ଚ ହେବ ।

Leave A Reply

Your email address will not be published.