Latest Odisha News

ଧୋନିଙ୍କ ସହ ସମ୍ପର୍କକୁ ଦୁଇଟି ଶବ୍ଦରେ ବର୍ଣ୍ଣନା କଲେ ବିରାଟ କୋହଲି

ଭୁବନେଶ୍ୱର: ବିରାଟ କୋହଲି ଓ ମହେନ୍ଦ୍ର ସିଂହ ଧୋନିଙ୍କ ଭିତରେ ସମ୍ପର୍କ କେମିତି ? ମୈଦାନରେ ସେମାନଙ୍କ ଭିତରେ କେମିଷ୍ଟ୍ରି କେମିତି ଥିଲା ? ଏବେ ସମ୍ପର୍କ କିଭଳି ? ଏହି ପ୍ରଶ୍ନ ସବୁବେଳେ ବିରାଟ କୋହଲି ଫ୍ୟାନଙ୍କ ମନରେ ଉଙ୍କିମାରିଥାଏ । ଏହାର ଉତ୍ତର ରଖିଛନ୍ତି କ୍ୟାପଟେନ୍ କୋହଲି । ଦୁଇଟି ଶବ୍ଦରେ ଧୋନିଙ୍କ ସହ ସମ୍ପର୍କର ପରିଭାଷା ବୁଝାଇଛନ୍ତି ।

ଗତକାଲି ବିରାଟ କୋହଲି ନିଜ ଇନଷ୍ଟାଗ୍ରାମରେ ଫ୍ୟାନଙ୍କ ପ୍ରଶ୍ନର ଉତ୍ତର ରଖୁଥିଲେ । ଏତିକିବେଳେ ଜଣେ ଫ୍ୟାନ୍ ତାଙ୍କୁ ଧୋନିଙ୍କ ସହ ସମ୍ପର୍କ ଉପରେ ପ୍ରଶ୍ନ କରିଥିଲେ । ଉତ୍ତରରେ କୋହଲି ଲେଖିଥିଲେ ‘ବିଶ୍ୱାସ, ସମ୍ମାନ’ ।

ପୂର୍ବରୁ ଗତବର୍ଷ ଆର୍. ଅଶ୍ୱିନଙ୍କ ସହ ଇନଷ୍ଟାଗ୍ରାମ୍ ଲାଇଭରେ ବିରାଟ କହିଥିଲେ, ତାଙ୍କୁ ଟିମ୍ ଇଣ୍ଡିଆର କ୍ୟାପଟେନ୍ ଧୋନିଙ୍କର ବଡ଼ ଭୂମିକା ରହିଥିଲା । ୨୦୦୮ରେ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆରେ ଏଣ୍ଟ୍ରି ମାରିଥିଲେ ବିରାଟ କୋହଲି । ଧୋନିଙ୍କ ଅଧିନାୟକତ୍ୱ ସମୟରେ ନିଜ କ୍ୟାରିୟରକୁ ସଜାଡ଼ି ଆଗକୁ ବଢ଼ିଛନ୍ତି ବିରାଟ ।

Leave A Reply

Your email address will not be published.