Latest Odisha News

BREAKING NEWS

ପରକୀୟା ପ୍ରୀତି ପାଇଁ ଚର୍ଚ୍ଚାରେ ଥିବା ଟୁଙ୍ଗୁର ଭୋଳ ହାତରେ ହାତକଡ଼ି

ଭୁବନେଶ୍ୱର: ପରକୀୟା ପ୍ରୀତି ପାଇଁ ନିନ୍ଦିତ ହେବା ବଦଳରେ ସାରା ରାଜ୍ୟରେ ସୋଶିଆଲ ମିଡିଆ ଏବଂ ପ୍ରମୁଖ ଗଣମାଧ୍ୟମ ଦ୍ବାରା ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଚି କରି ପାରିଥିବା ଆଲୋକ ଭୋଳ ଓରଫ ଟୁଙ୍ଗୁର ଭୋଳ ଗିରଫ। ଜଣେ ବିବାହିତା ମହିଳାଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ଆଲୋକ ଭୋଳକୁ ପୋଲିସ ଗୁରୁବାର ରାତିରେ ଗିରଫ କରିଛି।

୨୧ ବର୍ଷର ଏହି ଯୁବକ ଯିଏକି ପେଶାରେ ଜଣେ ଅଟୋ ଚାଳକ ଜଣେ ବିବାହିତ ମହିଳା ସହିତ ପରକୀୟା ପ୍ରୀତି କରି ଚର୍ଚ୍ଚାର ପରିସରକୁ ଆସିଥିଲା। ଆଉ ଏଥିପାଇଁ କିଛି ନିର୍ଦ୍ଦିଷ୍ଟ ବର୍ଗର ବ୍ୟକ୍ତିଙ୍କ ଠାରେ ଆଦୃତ ହୋଇଥିଲା ଆଲୋକ ଭୋଳ ଓରଫ  ଟୁଙ୍ଗୁର ଭୋଳ।

ଟୁଙ୍ଗୁରୁ ନାଁରେ ଯୌନ ନିର୍ଯାତନା ଅଭିଯୋଗ କରିଥିଲେ ସଂପୃକ୍ତ ମହିଳା। ରାଜଧାନୀ ଉପକଣ୍ଠରେ ଥିବା ଭାରତପୁର ଥାନାରେ ଏ ନେଇ ମାମଲା ରୁଜୁ ହୋଇଥିଲା। ଏହାପରେ ପୋଲିସ କମିଶନର ଟୁଙ୍ଗୁରୁ ଭୋଳକୁ ଗିରଫ କରିଛି।

ଅଭିଯୋଗକୁ ଆଧାର କରି ପୁଲିସ କହିଛି, ଗତ ଜୁଲାଇ ୨୯ ତାରିଖ ରାତି ପ୍ରାୟ ୧୨ଟାରେ ଟୁଙ୍ଗୁରୁ ତାଙ୍କୁ ନିଜ ଗାଁ ଫୁଲେଶ୍ୱରୀ ବସ୍ତିକୁ ଡାକିଥିଲେ। ଟୁଙ୍ଗୁର ତାଙ୍କ ପାଖରେ ପହଞ୍ଚିଲା ବେଳକୁ ତାଙ୍କ ସହ ଆଉ ଜଣେ ମହିଳା ଥିଲେ। ତା’ପରେ ସେହି ମହିଳା ଜଣକ ଫୁଲେଶ୍ୱରୀ ବସ୍ତିର ହୋଇଥିବାରୁ ସେ ସେମାନଙ୍କ ସହ ଆସିଥିଲେ। ମହିଳାଙ୍କ ଘରେ ଟୁଙ୍ଗୁର ତାଙ୍କୁ ଯୌନ ନିର୍ଯାତନା ଦେଇଥିଲା। ସେ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ ମଧ୍ୟ କରିଥିଲେ ବୋଲି ପୁଲିସ କହିଛି। ଉଲ୍ଲେଖଯୋଗ୍ୟ, ଟୁଙ୍ଗୁରର ଏପରି ଏକ ଅନୈତିକ କାହାଣୀ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁର ଏହି ଯୁବକ ଜଣେ ବର୍ଷା ନାମକ ମହିଳାକୁ ବିବାହର ପ୍ରତିଶ୍ରୁତି ଦେଇ ଧୋକା ଦେବା ପରେ ସେ ଚର୍ଚ୍ଚାକୁ ଆସିଥିଲା।

Leave A Reply

Your email address will not be published.