Latest Odisha News

BREAKING NEWS

ଦିଲ୍ଲୀ ବଜାରରେ ମିଳିବ କୋରାପୁଟ ହଳଦୀ

କୋରାପୁଟ: କୋରାପୁଟର ହଳଦୀ ଚାଷୀଙ୍କ ପାଇଁ ଖୁସି ଖବର । କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ଅଞ୍ଚଳରେ ପ୍ରସ୍ତୁତ ହଳଦୀ ବହୁଶିଘ୍ର ନୂଆଦିଲ୍ଲୀକୁ ରପ୍ତାନୀ ହେବ ।

“ଏଠାରେ ବିକ୍ରି କରାଯାଉଥିବା ହଳଦୀର ଦାମ କିଲୋ ପ୍ରତି ୭୦ ରୁ ୮୦ ଟଙ୍କା ମଧ୍ୟରେ ରହୁଛି । ଯେଉଁଥିରୁ ହଳଦୀ ଚାଷୀମାନେ ମଧ୍ୟ ବିଶେଷ ଲାଭ ପାଇ ପାରୁନାହାନ୍ତି” । ଏଥିପାଇଁ ବନବିଭାଗ ଏହି ନିଷ୍ପତ୍ତି ନେଇଥିବା ଡିଏଫଓ ପି.ପୂର୍ଣ୍ଣିମା ସୂଚନା ଦେଇଛନ୍ତି ।

ଆହୁରି ମଧ୍ୟ ସେ କହିଛନ୍ତି “ହଳଦୀ ଦିଲ୍ଲୀକୁ ରପ୍ତାନୀ କରିବାର ପ୍ରସ୍ତୁତି ଆରମ୍ଭ ହୋଇ ସାରିଛି । ଏଥିପାଇଁ ଚାଷୀମାନଙ୍କଠାରୁ ହଳଦୀ ସଂଗ୍ରହ କରି ବନବିଭାଗ ସିଧାସଳଖ କମ୍ପାନୀ ମାନଙ୍କୁ ପଠାଇ ସାରିଛି । ଦିଲ୍ଲୀସ୍ଥିତ କିଛି କମ୍ପାନୀ ମାନଙ୍କ ସହ ଆମେ ସମ୍ପର୍କରେ ରହିଛୁ । ଏଠାକାର ହଳଦୀର ଗୁଣବତ୍ତା ପରଖି ସେମାନେ ମଧ୍ୟ ଏହାକୁ କିଣିବାକୁ ରାଜି ହୋଇଛନ୍ତି” ।

ଯଦି ଏହି ହଳଦୀ ଦିଲ୍ଲୀକୁ ରପ୍ତାନୀ କରାଯାଉଛି ତେବେ ଚାଷୀମାନଙ୍କୁ କିଲୋ ପିଛା ୧୧୦ଟଙ୍କା ମିଳିବ । ପ୍ରଥମ ପର୍ଯ୍ୟାୟରେ ୨୦ ଟନ୍ ହଳଦୀ ଦିଲ୍ଲୀକୁ ରପ୍ତାନୀ କରାଯିବ ବୋଲି ଡିଏଫଓ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.