ଭୁବନେଶ୍ୱର: କଇଁଛଙ୍କ ପ୍ରଜନନକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ଖବର ସମ୍ମୁଖକୁ ଆସିଛି । ଗୋଟିଏ କଇଁଛ ପ୍ରଜନନ ପାଇଁ ୪୫୦୦ କିଲୋମିଟର ଯାତ୍ରା କରିଛି । ମହାରାଷ୍ଟ୍ରର ବନ ବିଭାଗ କର୍ମଚାରୀ ରତ୍ନଗିରି ନିକଟ ସମୂଦ୍ରକୂଳରେ ଗୋଟିଏ କଇଁଛ ୧୨୫ ଅଣ୍ଡା ଦେଇଥିବା ଦେଖିବାକୁ ପାଇଥିଲେ । ଏହି ଅଲିଭ ରିଡଲେ କଇଁଛ ଶରୀରରେ ୦୩୨୩୩ ଲେଖା ଯାଇଥିଲା । ଏହାକୁ ଅନୁଧ୍ୟାନ କରିବା ପରେ ଓଡିଶାରୁ କଇଁଛଟି ଆସିଥିବା ଜଣାପଡିଲା । ୧୮ ମାର୍ଚ୍ଚ ୨୦୨୧ରେ ଜ୍ୟୁଲୋଜିକାଲ ସର୍ଭେ ଅଫ ଇଣ୍ଡିଆ ଗହୀରମଥା ଅଭୟାରଣ୍ୟରୁ ଏହାକୁ ଟ୍ୟାଗ କରିଥିଲେ । କଇଁଛ ଓଡିଶାରୁ ବାହାରି ଶ୍ରୀଲଙ୍କା ଦେଇ ମହାରାଷ୍ଟ୍ରରେ ପଂହଚିଥିଲା । ସେଠାରେ କଇଁଛଟି ଅଣ୍ଡା ଦେଇଥିଲା ।
୧୨୫ ଅଣ୍ଡାରୁ ୧୦୭ଟି ବାହାରକୁ ଆସି ସାରିଛନ୍ତି । ଡବ୍ଲ୍ୟୁଆଇଆଇର ବରିଷ୍ଠ ବୈଜ୍ଞାନିକ ସୁରେଶ କୁମାର ଏହାକୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ବୋଲି କହିଛନ୍ତି । ମୁଁ ପୂର୍ବରୁ ଏ ଭଳି ଖବର ଶୁଣି ନ ଥିଲି । ପ୍ରଥମ ଥର ପାଇଁ ପୂର୍ବରୁ ପଶ୍ଚିମକୁ ଆସି ଗୋଟିଏ କଇଁଛ ଅଣ୍ଡା ଦେଇଛି । କଇଁଛମାନେ ସୁରକ୍ଷିତ ସ୍ଥାନରେ ଅଣ୍ଡା ଦେବାକୁ ଭଲ ପାଇଥାନ୍ତିି । ତେବେ ଏତେ ବାଟ ଆସିବା ପଛରେ କଣ କାରଣ ରହିଛି ତାହା ଏ ପର୍ଯ୍ୟନ୍ତ ପ୍ରାଣୀ ବିଜ୍ଞାନୀମାନେ ଠିକରେ କହି ପାରି ନାହାନ୍ତି ।
Comments are closed.