Latest Odisha News

BREAKING NEWS

ଟ୍ରାଙ୍କୁଲାଇଜ ହୋଇଥିବା ହାତୀକୁ ସ୍ଥାନାନ୍ତରଣ ପାଇଁ ଉଦ୍ୟମ

ଭୁବନେଶ୍ବର : ଗତକାଲି ରାତିରେ ରାଜଧାନୀରେ ଆତଙ୍କ ଖେଳାଇଥିଲା ଦନ୍ତାହାତୀ । ଆଜି ଭୋରରୁ ହାତୀଟିକୁ ଆଇଗିଣିଆ ଆର୍ୟୁବେଦ ପାର୍କରେ ଥିବା ବେଳେ ଟ୍ରାଙ୍କୁଲାଇଜ କରିଥିଲେ ବନ ବିଭାଗ । ଏନେଇ ହାତୀଟିକୁ ଚନ୍ଦକା ଜଙ୍ଗଲ ସ୍ଥାନାନ୍ତର କରାଯିବାକୁ ବ୍ୟବସ୍ଥା କରାଯାଇଛି।

ଗତକାଲି ଦିନରେ ପିପିଲିରେ ଆତଙ୍କରାଜ ଖେଳାଇଥିଲା ହାତୀଟି । ପରେ ଗ୍ୟାରେଜ ଛକ ଦେଇ ହାତୀଟି ଲିଙ୍ଗରାଜ ମନ୍ଦିର ନିକଟରେ ପହଞ୍ଚିଥିଲା । ସେଠାରୁ ହାତୀଟି ସୁନ୍ଦରପଦା ଅଞ୍ଚଳକୁ ଚାଲି ଯାଇଥିଲା। କାଲି ହାତୀ ପଛରେ ଗୋଡ଼ାଇ ନାକେଦମ ହୋଇଯାଇଥିଲେ । ଏଥିପାଇଁ ପ୍ରାୟ ଶହେରୁ ଊର୍ଦ୍ଧ୍ୱ କର୍ମଚାରୀ ହାତୀ ଘଉଡ଼ାଇବାକୁ ଟିମ୍‌ ନିୟୋଜିତ ହୋଇଥିଲେ ।

ହାତୀଟି ଯେତେବେଳେ ଆଇଗିଣିଅ ଆର୍ୟୁବେଦ ଜଙ୍ଗଲରେ ଭୋର ୩ଟାରେ ପ୍ରବେଶ କରିଥିଲା । ଭୋର ୫ଟାରେ ତାକୁ ଟ୍ରାଙ୍କୁଲାଇଜ କରାଯାଇଛି। ତା’ ଗୋଡ଼ ୨ଟିକୁ ଲୁହା କଡ଼ିରେ ବନ୍ଧା ଯାଇଛି। ହାତୀଟି ବେହୋସ ନ ହେଲେ ଆଉ ଏକ ଟ୍ରାଙ୍କୁଲାଇଜ ଡୋଜ ଦିଆଯିବ ବୋଲି ଜଣାପଡ଼ିଛି। ପରେ ହାତୀକୁ ଜଙ୍ଗଲକୁ ନିଆଯିବ । ଏଥିନିମନ୍ତେ ୨ଟି ହାଇଡ୍ରା, ୨ଟି ଜେସିବି, ଏକ ଟ୍ରକ୍‌ ପ୍ରସ୍ତୁତ ରହିଛି। ଜନବସତି ରହିଥିବାରୁ ସନ୍ଧ୍ୟାକୁ ଅପେକ୍ଷା ନ କରି ହାତୀକୁ ଜଙ୍ଗଲକୁ ସ୍ଥାନାନ୍ତର କରିବାକୁ ତତ୍ପର ହୋଇଛନ୍ତି ବନ ବିଭାଗ ଅଧିକାରୀ।

 

 

 

 

Leave A Reply

Your email address will not be published.