Latest Odisha News

ଲୋକପ୍ରିୟ ଅଭିନେତ୍ରୀ ହିନା ଖାନଙ୍କୁ କ୍ୟାନ୍ସର, ୩ୟ ପର୍ୟ୍ୟାୟ ସ୍ତନ କର୍କଟ ରୋଗରେ ଆକ୍ରାନ୍ତ

ମୁମ୍ବାଇ: ଲୋକପ୍ରିୟ ଅଭିନେତ୍ରୀ ହିନା ଖାନଙ୍କୁ କ୍ୟାନ୍ସର। ସ୍ତନ କର୍କଟ ରୋଗରେ ଆକ୍ରାନ୍ତ ହୋଇଛନ୍ତି ଟେଲିଭିଜନ ଲୋକପ୍ରିୟ ଅଭିନେତ୍ରୀ ହିନା ଖାନ। ସେ ଏହି କର୍କଟ ରୋଗର ତୃତୀୟ ପର୍ଯ୍ୟାୟରେ ଅଛନ୍ତି । ଏନେଇ ସେ ନିଜେ ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କ ସହ ଖବର ସେୟାର କରିଛନ୍ତି । ସେ କର୍କଟ ରୋଗରେ ଆକ୍ରାନ୍ତ ଏବଂ ଏହାର ଚିକିତ୍ସା କରାଯାଉଛି ବୋଲି ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଜଣାଇଛନ୍ତି।

ତେବେ ଏହି ପୋଷ୍ଟ ସେୟାର ହେବା ପରେ ସେଲିବ୍ରିଟି ସମେତ ଫ୍ୟାନ୍ସକୁ ଝଟକା ଲାଗିଥିବା ବେଳେ ସମସ୍ତେ ତାଙ୍କ ସୁସ୍ଥତା କାମନା କରିଛନ୍ତି । ହିନାଙ୍କୁ ଏବେ ୩୬ ବର୍ଷ ବୟସ। ଏହି ସମୟରେ ବ୍ରେଷ୍ଟ କ୍ୟାନ୍ସର ବା ସ୍ତନ କର୍କଟ ରୋଗରେ ଆକ୍ରାନ୍ତ ହୋଇଛନ୍ତି ହିନା। ହିନା ଖାନ ତାଙ୍କ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, “ନମସ୍କାର ବନ୍ଧୁଗଣ, ସାମ୍ପ୍ରତିକ ଗୁଜବକୁ ଦୃଷ୍ଟିରେ ରଖି ମୁଁ କିଛି ସେୟାର କରିବାକୁ ଚାହୁଁଛି, ଯେଉଁମାନେ ମୋତେ ଭଲ ପାଆନ୍ତି ଏବଂ ମୋ ବିଷୟରେ ଚିନ୍ତା କରନ୍ତି । ମୋର ତୃତୀୟ ପର୍ଯ୍ୟାୟ ସ୍ତନ କର୍କଟ ରୋଗ ଚିହ୍ନଟ ହୋଇଛି ।

ଏହାର ଚ୍ୟାଲେଞ୍ଜିଂ ଚିକିତ୍ସା ସତ୍ତ୍ୱେ ମୁଁ ମୋର ସମସ୍ତ ପ୍ରଶଂସକଙ୍କୁ ଜଣାଇବାକୁ ଚାହେଁ, ମୋର ଚିକିତ୍ସା ଆରମ୍ଭ ହୋଇସାରିଛି ଏବଂ ମୁଁ ଭଲ କାମ କରୁଛି । ମୁଁ ଦୃଢ ରହିବାକୁ ଚେଷ୍ଟା କରୁଛି। ମୁଁ ଚାହୁଁଛି ଆପଣ ମୋର ଗୋପନୀୟତାକୁ ସମ୍ମାନ ଦିଅ, ମୁଁ ଆପଣମାନଙ୍କ ଭଲପାଇବାକୁ ସମ୍ମାନ କରେ, ମୁଁ ଆପଣଙ୍କ ଅଭିଜ୍ଞତା ଏବଂ ପରାମର୍ଶକୁ ଅପେକ୍ଷା କରିଛି ଏବଂ ମୁଁ ସେମାନଙ୍କୁ ଅନୁସରଣ କରିବି।”

Leave A Reply

Your email address will not be published.