Latest Odisha News

ସିବିଆଇ ଅଫିସରେ ଥାଲାପତି ବିଜୟ…

ନୂଆଦିଲ୍ଲୀ: ଥାଲାପତି ବିଜୟ ତାଙ୍କ ଆଗାମୀ ଚଳଚ୍ଚିତ୍ର “ଜନ ନାୟକନ”କୁ ନେଇ ବିବାଦରେ ଫସିଛନ୍ତି। ଏହା ବ୍ୟତୀତ କରୁର ଦଳାଚକଟା ମାମଲାକୁ ନେଇ ବିବାଦ ତାଙ୍କ ପିଛା ଛାଡୁନି। ଆଜି ସେ ଏହି ମାମଲାରେ ପଚରାଉଚରା ପାଇଁ ସିବିଆଇ ମୁଖ୍ୟାଳୟରେ ପହଞ୍ଚିଥିଲେ।

ରିପୋର୍ଟ ଅନୁଯାୟୀ, ଜାନୁଆରୀ ୧୨ ତାରିଖରେ ଦିଲ୍ଲୀର ସିବିଆଇ ମୁଖ୍ୟାଳୟରେ ଥଲାପତି ବିଜୟ ହାଜର ହୋଇଥିଲେ। ତାଙ୍କୁ ତଦନ୍ତକାରୀ ଦଳ କରୁର ଦଳାଚକଟା ମାମଲା ସମ୍ପର୍କରେ ପଚରାଉଚରା କରିଥିଲା। ଏହି ଦୁର୍ଘଟଣା ସେପ୍ଟେମ୍ବର ୨୭, ୨୦୨୫ରେ ଘଟିଥିଲା। ଯେତେବେଳେ କି ତାମିଲନାଡୁର କରୁରରେ ବିଜୟଙ୍କ ଦଳ ଟିଭିକେର ଏକ ସାଧାରଣ ସଭାରେ ଦଳାଚକଟା ହୋଇଥିଲା। ଦଳାଚକଟାରେ ଅନେକ ଲୋକ ପ୍ରାଣ ହରାଇବା ସହ ଆହତ ମଧ୍ୟ ହୋଇଥିଲେ। ତେବେ ପ୍ରାୟ ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ୧୧୦ରୁ ଅଧିକ ଆହତ ହୋଇଥିଲେ।

ସିବିଆଇ ଅଧିକାରୀମାନେ କହିଛନ୍ତି ଯେ କରୁର ଦଳାଚକଟା ମାମଲାରେ ବିଜୟଙ୍କ ଦଳ ଟିଭିକେର ଅନେକ ଅଧିକାରୀଙ୍କୁ ମଧ୍ୟ ପଚରାଉଚରା କରାଯାଇଥିଲା। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ସିବିଆଇ ଏକ AIT ଗଠନ କରି ମାମଲା ହାତକୁ ନେଇଥିଲା। ତଦନ୍ତକାରୀ ସଂସ୍ଥା ବର୍ତ୍ତମାନ ଏହି ମାମଲାରେ ପ୍ରମାଣ ସଂଗ୍ରହ କରୁଛି।

କରୁର ଦଳାଚକଟା ଘଟଣାର ପରଦିନ ବିଜୟ ସୋସିଆଲ ମିଡିଆ ମାଧ୍ୟମରେ କ୍ଷମା ପ୍ରାର୍ଥନା କରିଥିଲେ ଏବଂ ପୀଡିତଙ୍କ ପ୍ରତି ସମବେଦନା ମଧ୍ୟ ଜଣାଇଥିଲେ। ତଥାପି ବିଜୟଙ୍କ ଏହି ବକ୍ତବ୍ୟ ପାଇଁ ତାଙ୍କୁ କଡ଼ା ସମାଲୋଚନା କରାଯାଇଥିଲା। ଅପରପକ୍ଷରେ ସୋସିଆଲ ମିଡିଆରେ ଅନେକ ଲୋକ ତାଙ୍କୁ କରୁର ଦଳାଚକଟା ପାଇଁ ଦାୟୀ କରିଥିଲେ।

 

Leave A Reply

Your email address will not be published.