Latest Odisha News

ଥମୁନି ଇସ୍ରାଏଲ-ଇରାନ ଯୁଦ୍ଧ: ଲେବାନନ ଉପରେ ଇସ୍ରାଏଲର ଘନ ଘନ ଆକ୍ରମଣ

ନୂଆଦିଲ୍ଲୀ: ଥମିବାର ନାଁ ନେଉନି ଇସ୍ରାଏଲ-ଇରାନ ଯୁଦ୍ଧ । ଲେବାନନ ଉପରେ ଘନ ଘନ ଆକ୍ରମଣ କରୁଛି ଇସ୍ରାଏଲ। ବେରୁଟର ଏକ ଜନବସତି କୋଠା ଉପରେ ରକେଟ ମାଡ଼ କରିଛି ଇସ୍ରାଏଲ । ରକେଟ ମାଡ଼ରେ ଲେବାନନର ୨୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଆହତ ହୋଇଥିବା ନେଇ ସୂଚନା ମିଳିଛି । ବିନା ସତର୍କ ସୂଚନା ଦେଇ ୨ଟି କୋଠା ଉପରେ ଏୟାର ଷ୍ଟ୍ରାଇକ୍ କରିଛି ଇସ୍ରାଏଲ । ଉକ୍ତ କୋଠାରେ ହିଜବୁଲ୍ଲା ଆତଙ୍କବାଦୀ ଲୁଚିଥିବା ଆଶଙ୍କାରେ ରକେଟ୍ ମାଡ଼ କରିଛି ଇସ୍ରାଏଲ । ଇସ୍ରାଏଲର ଦୁଇଟି ଅଞ୍ଚଳ ରସ ଅଲ-ନାବା ଏବଂ ବୁର୍ଜ ଆବି ହାଇଦର ଅଞ୍ଚଳକୁ ଟାର୍ଗେଟ କରି ଏକ ଆଠ ମହଲା କୋଠାକୁ ଧ୍ୱଂସ କରିଦେଇଛି ଇସ୍ରାଏଲ।

ସୂଚନାଯୋଗ୍ୟ ଯେ, ଇସ୍ରାଏଲ ମାଡ କରିଥିବା ୨ଟି କୋଠା ମଧ୍ୟରୁ ଗୋଟିଏରେ ବିସ୍ଥାପିତମାନେ ରହୁଥିଲେ । ଏହାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ରକେଟ ମାଡ ଉପରେ ଆବାସିକ କୋଠା ଗୁଡିକ କମ୍ପନ ହେବା ସହିତ ଧୂଆଁ ବାହାରିଥିଲା । ଏହାପରେ ସ୍ଥାନୀୟ ଲୋକେ ନିଜ ଘର ଛାଡି ଚାଲିଯାଇଥିବା ମଧ୍ୟ ଦେଖାଯାଇଛି । ଅକ୍ଟୋବର ୧ରୁ ଇସ୍ରାଏଲର ଗ୍ରାଉଣ୍ଡ ଆକ୍ରମଣ ଜାରି ରହିଥିବା ବେଳେ ଏଥିରେ ହଜାର ହଜାର ଲୋକଙ୍କ ମୃତ୍ୟୁ ଘଟିଛି। ତେବେ ଇସ୍ରାଏଲ ଉପରେ ହେଜବୋଲ୍ଲା ୧୩୦ଟି ରକେଟ୍‌ ମାଡ଼ କରିଥିବାବେଳେ ଇସ୍ରାଏଲ ଏହାର କଡ଼ା ଜବାବ ଦେଇଛି।

 

Leave A Reply

Your email address will not be published.