Latest Odisha News

ମୋଦିଙ୍କୁ ଯାଆଁଳା ଭଉଣୀଙ୍କ ଚିଠି

ନୂଆଦିଲ୍ଲୀ: ରାଜସ୍ଥାନର ଦେସା  ଜିଲ୍ଲାରେ ରହୁଥିବା ଯାଆଁଳା ଭଉଣୀ ଅର୍ଚ୍ଚିତା ଏବଂ ଅର୍ଚ୍ଚନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖିଛନ୍ତି । ଏହି ଦୁଇ ଭଉଣୀ ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ତାଙ୍କ ପରିବାର ସଦସ୍ୟଙ୍କ ଏକ ଡ୍ରଇଂ ମଧ୍ୟ ତିଆରି କରିଛନ୍ତି । ଯାହା ତାଙ୍କ ଭିତରେ ଥିବା ଦୁଃଖକୁ ପ୍ରକାଶ କରିଛନ୍ତି । ଉକ୍ତ ଚିଠି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ସୂଚନାଅନୁସାରେ, ଅର୍ଚ୍ଚିତା ଓ ଅର୍ଚ୍ଚନା ସପ୍ତମ ଶ୍ରେଣୀର ଛାତ୍ରୀ । ଉଭୟଙ୍କ ବୟସ ୧୨ ବର୍ଷ । ତାଙ୍କ ବାପା ଓ ମାଆ ଉଭୟ ସରକାରୀ କର୍ମଚାରୀ । ବାପା ଏଏଓ ଏବଂ ତାଙ୍କ ମାଆ ଅଧ୍ୟାପିକା ଅଛନ୍ତି । ହେଲେ କିଛି ବର୍ଷ ତଳେ ଅର୍ଚ୍ଚିତା ଓ ଅର୍ଚ୍ଚନାଙ୍କ ଉଚ୍ଚ ଶିକ୍ଷା ପାଇଁ ତାଙ୍କ ବାପା-ମାଆ ରାଜସ୍ଥାନ ଜୟପୁରରେ ଏକ ଘର କିଣିଥିଲେ । ଆଉ ସେମାନେ ଏକାଠି ରହିବାକୁ ଚାହିଁଥିଲେ । ନିକଟରେ ତାଙ୍କ ବାପା-ମାଆଙ୍କ ବଦଳି ହେବାରୁ ସମସ୍ତେ ଅଲଗା ରହୁଛନ୍ତି । ଏମିତିକି ସେମାନେ ତାଙ୍କ ବାପା-ମାଆଙ୍କ ସହ ଏକାଠି ରହିପାରୁ ନାହାନ୍ତି । ତେଣୁ ସବୁବେଳେ ବାପା-ମାଆଙ୍କ କଥା ମନେ ପଡୁଛି ।

ବର୍ତ୍ତମାନ ଦୁଇ ଭଉଣୀ ତାଙ୍କ ମାଉସୀ ପାଖରେ ବାନ୍ଦିକୁଇରେ ରହି ପାଠ ପଢ଼ୁଛନ୍ତି । ଅର୍ଚ୍ଚିତା ଓ ଅର୍ଚ୍ଚନା ବାପା ଚୌହଟନରେ ରହୁଥିବା ବେଳେ ତାଙ୍କ ମାଆ ରାମଦୌଡିରେ ରୁହନ୍ତି । ଉଭୟ ପତି-ପତ୍ନୀ ମଧ୍ୟ ପରସ୍ପର ଠାରୁ ୧୩୦ କିଲୋମିଟର ଦୂରରେ ରହୁଛନ୍ତି । ଏପରି ପରିସ୍ଥିତିରେ ଅର୍ଚ୍ଚିତା ଓ ଅର୍ଚ୍ଚନା ସେମାନଙ୍କ ବାପା-ମାଆଙ୍କୁ ଏକାଠି ଭେଟିପାରୁ ନାହାନ୍ତି। ଏହି କାରଣରୁ ଦୁଇ ଭଉଣୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖିଛନ୍ତି । ବାପା-ମାଆଙ୍କୁ ଜୟପୁରକୁ ବଦଳି କରିବାକୁ ଅନୁରୋଧ କରିଛନ୍ତି ।

Comments are closed.