Latest Odisha News

‘ଆଣ୍ଟିଲିଆ’ ସମ୍ମୁଖରେ ବି‌ସ୍ଫୋରକ ଜବତ ଘଟଣାରେ ‘ଜୈଶ ଉଲ ହିନ୍ଦ’ର କୌଣସି ହାତ ନାହିଁ

ନୂଆଦିଲ୍ଲୀ: ‘ଜୈଶ ଉଲ ହିନ୍ଦ’ ଦ୍ୱାରା ପ୍ରକାଶିତ ଏକ ବାର୍ତ୍ତା ସେୟାର କରି କହିଛି ଯେ ମୁକେଶ ଅମ୍ବାନୀଙ୍କ ଘର ସମ୍ମୁଖରେ ରଖାଯାଇଥିବା ବିସ୍ଫୋରକ ସାମଗ୍ରୀ ରଖିବାରେ ଏହି ସଂସ୍ଥାର କୌଣସି ହାତ ନାହିଁ। ଏହାଛଡ଼ା ଅମ୍ବାନିଙ୍କୁ ମଧ୍ୟ କୌଣସି ଧମକପୂର୍ଣ୍ଣ ଚିଠି ମଧ୍ୟ ଦିଆଯାଇନାହିଁ। ଗଣମାଧ୍ୟମରେ ପ୍ରସାରିତ ଚିଠିଟି ନକଲି ବୋଲି କହିଛି ମୁମ୍ବାଇ ପୋଲିସ୍।

ରବିବାର ଦିନ ଆତଙ୍କବାଦୀ ସଂଗଠନ ଜୈଶ ଉଲ ହିନ୍ଦ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ମାଲିକ ମୁକେଶ ଅମ୍ବାନୀଙ୍କୁ ଦିଆଯାଇଥିବା ଧମକ ପାଇଁ ନିଜକୁ ଦାୟୀ କରିଥିବା ସୂଚନା ମିଳିଥିଲା।

ବିସ୍ଫୋରକ ଭର୍ତ୍ତି ଥିବା ଏକ ପରିତ୍ୟକ୍ତ କାର, ମୁମ୍ବାଇ ଇଣ୍ଡିଆନ୍ସ ଲୋଗୋ ଥିବା ଏକ ବ୍ୟାଗ ଏବଂ ମୁକେଶ ଅମ୍ବାନୀ ଏବଂ ପତ୍ନୀ ନୀତା ଅମ୍ବାନୀଙ୍କୁ ଏକ ଧମକପୂର୍ଣ୍ଣ ଚିଠି ଗୁରୁବାର ମୁମ୍ବାଇର ‘ଆଣ୍ଟିଲିଆ’ର ଶିଳ୍ପପତିଙ୍କ ଘର ବାହାରେ ଉଦ୍ଧାର କରାଯାଇଥିଲା।

ତେବେ ଉଲ୍ଲେଖ ଥାଉ କି, ଏହାର ବ୍ୟାନରରେ ଉକ୍ତ ଆତଙ୍କବାଦୀ ସଂସ୍ଥା କହିଛି ଯେ ଏହି ଘଟଣା ପାଇଁ ଦାୟୀ ବୋଲି କୁହାଯାଉଥିବା ଟେଲିଗ୍ରାମ ଆକାଉଣ୍ଟରେ ଜୈଶ ଉଲ ହିନ୍ଦଙ୍କ ସହ କୌଣସି ସମ୍ପର୍କ ନାହିଁ।

Comments are closed.