ନୂଆଦିଲ୍ଲୀ: ଭାରତରେ ଆଫଗାନିସ୍ତାନ ଆମ୍ବାସିଙ୍କ ଟ୍ବିଟର୍ ଆକାଉଣ୍ଟ ହ୍ୟାକ୍ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ ଭାରତରେ ଆଫଗାନିସ୍ତାନ ଦୂତାବାସ ଅବଦୁଲହକ୍ ଆଜାଦ ତାଙ୍କ ଟ୍ବିଟର୍ ଆକାଉଣ୍ଟ ହ୍ୟାକ୍ ହୋଇଥିବା କହିଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି, “ମୋ ଟ୍ବିଟର ଆକାଉଣ୍ଟ ହ୍ୟାକ୍ ହୋଇଛି। ମୁଁ ଲଗ୍ ଇନ୍ କରିବାକୁ ଚେଷ୍ଟା କରିବା ପରେ ବି ପ୍ରବେଶ କରିପାରି ନାହିଁ। ମନେହେଉଛି ଏହା ହ୍ୟାକ୍ ହୋଇଛି। ”
ଆଫ୍ଗାନିସ୍ତାନ ଉପରେ ତାଲିବାନର କବ୍ଜା ପରେ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇ ଦେଶ ଛାଡି ପଳାଇ ଆସିଥିବା ଅସ୍ରଫ ଘନିଙ୍କୁ ଏକ ଟୁଇଟ୍ ଦୂତାବାସ ହ୍ୟାଣ୍ଡେଲରୁ ପୋଷ୍ଟ କରାଯାଇଛି।
ତାଲିବାନ ରବିବାର ସକାଳେ ଆଫଗାନିସ୍ତାନର ରାଜଧାନୀ କାବୁଲରେ ପ୍ରବେଶ କରିଥିଲା। ଏହାପରେ ରାଷ୍ଟ୍ରପତି ଅସ୍ରଫ ଘନିଙ୍କୁ ତାଙ୍କ ପଦରୁ ଇସ୍ତଫା ଦେଇ ଦେଶ ଛାଡି ପଳାଇଥିଲେ।
ଆମେରିକାର ବରିଷ୍ଠ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ସହରରେ ସାମରିକ ସ୍ଥାନାନ୍ତର ଜାରି ରହିଥିବାରୁ କାବୁଲ ଅନ୍ତର୍ଜାତୀୟ ବିମାନବନ୍ଦରରେ ବ୍ୟବସାୟିକ ବିମାନ ସେବା ବନ୍ଦ ରହିଛି।