ନୂଆଦିଲ୍ଲୀ: ଟ୍ୱିଟର ଭର୍ତ୍ତମାନ ଖରାପ ଆର୍ଥିକ ପରିସ୍ଥିତି ଦେଇ ଗତି କରୁଛି। ତେଣୁ ସ୍ଥିତିର ମୁକାଲିବା ପାଇଁ ଭାରତରେ ଟ୍ୱିଟର ବ୍ୱୁ ସବ୍ସକ୍ରିପ୍ସନ ସେବା ଆରମ୍ଭ କରିଛି କମ୍ପାନୀ। କେବଳ ଭାରତ ନୁହେଁ, ବ୍ରାଜିଲ୍, ଇଣ୍ଡୋନେସିଆରେ ମଧ୍ୟ ଟ୍ୱିଟର ବ୍ଲୁ ସବ୍ସକ୍ରିପ୍ସନ ସେବା ଆରମ୍ଭ ହୋଇଛି। ଫେବ୍ରୁଆରୀ ୮ ତାରିଖରୁ ଏହି ସେବା ଆରମ୍ଭ ହୋଇଥିବା ବେଳେ ଭାରତରେ ଏହାର ଅଲଗା ଅଲଗା ମୂଲ୍ୟ ରଖାଯାଇଛି।
ଗ୍ରାହକ ଯଦି ୱେବ୍ରେ ଟ୍ୱିଟର ଚଳାଉଛନ୍ତି ତେବେ ବ୍ଲୁଟିକ୍ ପାଇଁ ତାଙ୍କୁ ମାସକୁ ୬୫୦ ଟଙ୍କା ଦେବାକୁ ପଡ଼ିବ। ସେହିପରି ମୋବାଇଲରେ ବ୍ଲୁ ଟିକ୍ ପାଇବାକୁ ହେଲେ ଗ୍ରାହକଙ୍କୁ ମାସକୁ ୯୦୦ ଦେବାକୁ ପଡ଼ିବ। ତେବେ ବାର୍ଷିକ ପ୍ଲାନ୍ରେ ଟ୍ୱିଟର୍ ଡିସ୍କାଉଣ୍ଟ ଅଫର ଦେଉଛି। ବ୍ଲୁ ଟିକ୍ ନେବାକୁ ହେଲେ ଗ୍ରାହକଙ୍କୁ ବର୍ଷିକିଆ ପ୍ଲାନ୍ରେ ୬୮୦୦ ଟଙ୍କା ଦେବାକୁ ପଡିବ। ଏହି ହିସାବରେ ମାସକୁ ପ୍ରାୟ ୫୬୬.୬୭ ଟଙ୍କା ହେଉଛି।
ଆପଲ ଓ ଗୁଗଲ ସବ୍ସକ୍ରିପ୍ସନ ପାଇଁ ଟ୍ୱିଟର ଉପରେ ନେଉଥିବା ୧୫-୩୦ ପ୍ରତିଶତ କମିଶନକୁ ଭରଣା କରିବା ପାଇଁ ଟ୍ୱିଟର ସବ୍ସକ୍ରିପ୍ସନ ଫି ବଢାଇଛି। ୨୦୨୨ ଡିସେମ୍ବରରେ ଏହା ଲଞ୍ଚ ହେବା ପରଠାରୁ ଭାରତ ସମେତ ଟ୍ୱିଟର ବ୍ଲୁ ଟିକ୍ ସର୍ଭିସ୍ ବର୍ତ୍ତମାନ ୧୫ଟି ଦେଶରେ ଆରମ୍ଭ ହୋଇଛି। ଭାରତ ପୂର୍ବରୁ ଆମେରିକା, କାନାଡ଼ା, ଜାପାନ, ବ୍ରିଟେନ୍ ଏବଂ ସାଉଦୀ ଆରବିଆ ଆଦି ଦେଶରେ ଆରମ୍ଭ ହୋଇଥିଲା।
ଟ୍ୱିଟର ବ୍ଲୁ ଟିକ୍ରେ କେଉଁ ସୁବିଧା ପାଇବା ଗ୍ରାହକ ?
ଟ୍ୱିଟର ବ୍ଲୁ ଟିକ୍ରେ ଗ୍ରାହକଙ୍କୁ ଏକ ବ୍ଲୁ ଟିକ୍ ସହ ଆକାଉଣ୍ଟ ଭେରିଫାଏଡ୍ ହୋଇ ରହିବ। ତା ସହିତ ଅନ୍ୟାନ୍ୟ ସୁବିଧା ଯଥା ଟ୍ୱିଟ୍କୁ ଏଡିଟ୍ କରିପାରିବା, ୱେବ୍ରେ ୬୦ ମିନିଟ୍(୨ଜିବି ଫାଇଲ୍ ସାଇଜ୍)ରେ ଭିଡଓ ଅପ୍ଲୋଡ ସୁବିଧା, ବୁକ ମାର୍କ, ଆପ୍ ଆଇକନକୁ ନିଜ ଇଚ୍ଛା ଅନୁସାରେ କଷ୍ଟମାଇଜ୍ କରିପାରିବା ଏନ୍ଏପ୍ଟି ପ୍ରୋଫାଇଲ୍ ପିକ୍ଚର ଆଡ କରିପାରିବାର ସୁବିଧା ରହିଛି।
,,,,,,,,,,,,,,,,,,,,,,
Comments are closed.