Latest Odisha News

BREAKING NEWS

ଟ୍ୱିଟର ର ବ୍ଲୁ ଟିକ୍ ପାଇଁ ଦେବାକୁ ପଡିବ 8 ଡଲାର: ମସ୍କ

50 ହଜାରରୁ ଅଧିକ ଭାରତୀୟଙ୍କ ଆକାଉଣ୍ଟ ବ୍ଲକ୍

ସାନ ଫ୍ରାନସିସ୍କୋ:  ଟ୍ୱିଟର ର ବ୍ଲୁ ଟିକ ପାଇଁ ଦେବାକୁ ପଡିବ 8 ଡଲାର । ଏହା ଘୋଷଣା କରିଛନ୍ତି ଟୁଇଟର ମାଲିକ ଏଲନ ମସ୍କ । ଆପଣ ଯଦି ଟୁଇଟରରେ ଆକାଉଣ୍ଟ ଅଛି ତେବେ ବ୍ୟସ୍ତ ହୁଅନ୍ତୁନି ଏବେ ଆପଣଙ୍କୁ ମଧ୍ୟ ମିଳିଯିବ ବ୍ଲୁ ଟିକ୍ । ବାସ ଅପଣଙ୍କୁ ଦେବାକୁ ପଡିବ ଆଠ ଡଲାର , ମାନେ 661.76 ଟଙ୍କା  ।  ମସ୍କଙ୍କ କହିବା କଥା ବଡ଼, ସାନ କିଛି ନାହିଁ ସମସ୍ତେ ସମାନ । ଆପଣ 8 ଡଲାର ଖର୍ଚ କରି ବ୍ଲୁ ଟିକ୍ ଗ୍ରହଣ କରିପାରିବେ । ମକ୍ସଙ୍କ କହିବା କଥା ଏଠି କିଛି ଫ୍ରିରେ ମିଳୁନି । ସବୁ ପାଇଁ ଟଙ୍କା ଖର୍ଚ ହେଉଛି ତେଣୁ କେବଳ ବିଜ୍ଞାପନ ଉପରେ ନିର୍ଭର କରି ଚଳିହେବନି । ତେଣୁ ଏଥିପାଇଁ କିଛି ପକେଟରୁ ଦେବାକୁ ପଡିବ ବୋଲି କହିଛନ୍ତି ଏଲନ ମସ୍କ ।

ଏହା ସହ ସବୁଠାରୁ ବଡ଼ କଥା ହେଲା । ଟୁଇଟର ଏକ ସପ୍ତାହ ମଧ୍ୟରେ 50 ହଜାରରୁ ଅଧିକ ଭାରତୀୟ ଆକାଉଣ୍ଟକୁ ବ୍ଲକ୍ କରିସାରିଲାଣି । ଶିଶୁ ଉତ୍ପୀଡନ , ମହିଳା ନିର୍ଯାଜନା ନେଇ ଥିବା ବେଆଇନ ଭିଡିଓ ଅପଲୋଡ କରୁଥିବା ଆକାଉଣ୍ଟ ବ୍ଲକ୍ କରାଯାଇଥିବା ଜଣାପଡିଛି । ଏବେ ଟୁଇଟରକୁ ସ୍ବଚ୍ଛ ଏବଂ ମୁକ୍ତ କରିବା ପାଇଁ ମସ୍କ ଅନେକ ସଂସ୍କାରମୂଳକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ।

ଏଲନ ମସ୍କ ଟ୍ବିଟର କିଣିବା ପରଠାରୁ ଟୁଇଟରରେ ଅନେକ ପରିବର୍ତ୍ତନ କରିସାରିଲେଣି ।  ବ୍ଳୁ  ଟିକ୍ ପାଇଁ ୟୁଜର୍ସଙ୍କୁ ଅର୍ଥ ଦେବା ସହ ଅନେକ ସୁବିଧା ମିଳିବ ବୋଲି ମଧ୍ୟ ମସ୍କ କହିଛନ୍ତି । ଟ୍ବିଟର ବ୍ଳୁ ସବସ୍କ୍ରିପସନ ରେ ରିପ୍ଲାଏ, ମେନସନ ଏବଂ ସର୍ଚ୍ଚ ପ୍ରାଇଅରିଟି ମିଳିବ।

ଏଲନ ମସ୍କଙ୍କ ଟୁଇଟ ଅନୁଯାୟୀ ଏହି ଫିଚର ଯୋଗୁଁ ସ୍ପାମ ଏବଂ ସ୍କାମ ଉପରେ ଲଗାମ ଲଗାଯାଇପାରିବ। ଟ୍ବିଟର ବ୍ଲୁ ସବସ୍କ୍ରିପସନ ଅନୁଯାୟୀ ୟୁଜର୍ସ ଏବେ ଅଧିକ ସମୟର ଅଡିଓ ଏବଂ ଭିଡିଓ ପୋଷ୍ଟ କରିପାରିବେ। ଟ୍ବିଟର ବ୍ଳୁ ସବସ୍କ୍ରାଇବରଙ୍କୁ ସାଧାରଣ ସବସ୍କ୍ରାଇବରଙ୍କ ତୁଳନାରେ ଅଧା ବିଜ୍ଞାପନ ଦେଖିବାକୁ ମିଳିବ ବୋଲି କହିଛନ୍ତି ମସ୍କ ।

Leave A Reply

Your email address will not be published.